ଭୁବନେଶ୍ଵର, ୭.୩ : ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲ ଅଫ୍ ଡିଷ୍ଟ୍ରିକ୍ଟ ୩୨୨ ସି୪ ତରଫରୁ ଲାୟନ୍ସ ଭବନରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲାୟନ୍ ସଂଯୁକ୍ତା ପତ୍ରୀ ଜିଲ୍ଲା ଲାୟନ୍ସ ମହିଳା ସଶକ୍ତିକରଣ ଅଧ୍ଯକ୍ଷା ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ମହିଳା ଅଂଶଗ୍ରହଣକାରୀ ଶ୍ରୀକୃତି ପଟ୍ଟନାୟକ, ରୀନା ୟେପ୍ରା ଏବଂ ସ୍ମୃତିଶ୍ରୀ ସିଂହ ମହିଳାମାନଙ୍କୁ ସଶକ୍ତିକରଣ କରିବା ଏବଂ ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ବିଷୟରେ ଆଲୋଚନା କରିଥିଲେ ।ଡିଷ୍ଟ୍ରିକ୍ଟ ଗଭର୍ଶର ଲାୟନ ହେମନ୍ତ ଖୁଣ୍ଟିଆ, ଉପ ଗଭର୍ଣ୍ଣର ଲାୟନ ଲଲାଟେନ୍ଦୁ ଶତପଥୀ, କ୍ୟାବିନେଟ ସଦସ୍ୟ ଏବଂ ପଡ଼ୋଶୀ କ୍ଲବର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ କିଛି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଆମ ସହିତ ହାତ ମିଳାଇ ମୋନଙ୍କର ଉତ୍ପାଦ ପ୍ରଦର୍ଶନ କରିଥିଲେ । ଜିଲ୍ଲା ହିତାଧୁକାରୀଙ୍କୁ ୧୦ ସିଲାଇ ମେସିନ ପ୍ରଦାନ କରାଯାଇଥିଲା । ୨୦ ଜଣ ଅଭାବୀ ମହିଳାଙ୍କୁ ଶାଢୀ ଦିଆଯାଇଥିଲା । ବକ୍ତାମାନେ ମହିଳାମାନଙ୍କୁ ସ୍ଵାବଲମ୍ବୀ ହେବାକୁ ଏବଂ ସେମାଙ୍କର ସ୍ଵାଧୀନ ବ୍ୟବସାୟକୁ ଆଗକୁ ବଢାଇବାକୁ ଉତ୍ସାହିତ କରିଥିଲେ । ଶେଷରେ କ୍ୟାବିନେଟ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । କ୍ୟାବିନେଟ ସେକ୍ରେଟାରୀ ଲାୟନ ବିଜୟ କୁମାର ସାହୁ ଆମ ଦ୍ଵାରା ସଶକ୍ତ ହେବାରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଥିଲେ
ଲାୟନ୍ସ ଜିଲ୍ଲା ତରଫରୁ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ
















Leave a Reply