ପୃଥିବୀରେ ଅନେକ ଶକ୍ତିଶାଳୀ ନାରୀ ଅଛନ୍ତି,କିନ୍ତୁ ମୋ ଦୃଷ୍ଟିରେ ସବୁଠାରୁ ବଡ଼ ଶକ୍ତି ମୋ ବୋଉ।
ମାଆ ହେଉଛନ୍ତି ସେହି ପବିତ୍ର ନାମ ଯାହାକୁ ଡାକିଲେ ହୃଦୟର ସବୁ ଭୟ ଶାନ୍ତ ହୋଇଯାଏ।
ସେ କେବେ ମଞ୍ଚରେ ଦଣ୍ଡାୟମାନ ହୋଇ ଭାଷଣ ଦେଉନାହାନ୍ତି,
କିନ୍ତୁ ନିରବତାରେ ଜୀବନର ସବୁଠାରୁ ବଡ଼ Lesson ଶିଖାଇଦିଅନ୍ତି।ସେ କେବେ ତାଙ୍କର ସ୍ୱପ୍ନ ବିଷୟରେ କହୁନାହାନ୍ତି,
କିନ୍ତୁ ଆମ ସ୍ୱପ୍ନକୁ ସତ୍ୟ କରିବା ପାଇଁ ସାରା ଜୀବନ ଲଢ଼ନ୍ତି।ପୃଥିବୀ ମୋତେ ଜାଣିବା ପୂର୍ବରୁ
ମୋ ନାମକୁ ସେ ନିଜ ପ୍ରାର୍ଥନାରେ ଉଚ୍ଚାରଣ କରିଥିଲେ।
ମୁଁ ଶକ୍ତିଶାଳୀ ହେବା ଶିଖିବା ପୂର୍ବରୁ
ସେ ପାହାଡ଼ ପରି ମୋ ପଛରେ ଦଣ୍ଡାୟମାନ ଥିଲେ।
ମୋ ପାଇଁ ସେ କେବଳ ଜଣେ ନାରୀ ନୁହେଁ,ସେ ହେଉଛନ୍ତି ମୋ ଜୀବନର ଶକ୍ତି,
ମୋ ଭଗବାନଙ୍କ ଜୀବନ୍ତ ରୂପ।ମାଆଙ୍କର ପ୍ରେମକୁ ଶବ୍ଦରେ ବର୍ଣ୍ଣନା କରିବା କଷ୍ଟକର କାରଣ ସେହି ପ୍ରେମ ହେଉଛି ଭଗବାନଙ୍କ ନିରବ ଆଶୀର୍ବାଦ। ଆଜି ପୃଥିବୀ ସମସ୍ତ ନାରୀଙ୍କୁ ସମ୍ମାନ କରୁଛି,
କିନ୍ତୁ ମୋ ହୃଦୟ ସେହି ଜଣେ ନାରୀଙ୍କୁ ନମନ କରେ
ଯିଏ ମୋର ସମଗ୍ର ପୃଥିବୀ ଗଢ଼ିଥିଲେ। ସାରା ପୃଥିବୀ Women’s Day ମନେଇଥାଏ ଗୋଟିଏ ଦିନ,କିନ୍ତୁ ମୋ ପାଇଁ ପ୍ରତ୍ୟେକ ଦିନ ହେଉଛି ମାଆଙ୍କର ଦିନ। ସମସ୍ତ ମାଆମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅନେକ ଶୁଭେଚ୍ଛା। 🌸
















Leave a Reply