ଚାନ୍ଦବାଲିରେ ରାଜନୈତିକ ହିଂସା ଓ ଦାଦାଗିରି ଅଭିଯୋଗକୁ ନେଇ ଚର୍ଚ୍ଚା। ବିଜେଡ଼ିର ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳୀ ଦାସ ଜଣେ ପୂର୍ବତନ ଦଳୀୟ କର୍ମୀ ବିଜେପିରେ ସାମିଲ ହେବା ପରେ, ତାଙ୍କ ପରିବାରକୁ ଧମକ ଓ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି। ହାତରେ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଧମକ ଦେଉଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ
ଚାନ୍ଦବାଲି ବ୍ଲକ ବେନ୍ତାଳପୁର ଗ୍ରାମର ଶାନ୍ତିଲତା ବଳ ଦୀର୍ଘ ସମୟ ଧରି ବିଜୁ ଜନତା ଦଳରେ କାର୍ଯ୍ୟ କରି ଆସୁଥିଲେ। କିଛି ମାସ ପୂର୍ବରୁ ତାଙ୍କ ପରିବାର ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହେବା ପରେ ଏହି ବିବାଦ ଆରମ୍ଭ ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଗୀତାଞ୍ଜଳୀ ଦାସ ଗତକାଲି ଶାନ୍ତିଲତା ବଳଙ୍କୁ ହାତରେ ମାରଣାସ୍ତ୍ର ଧରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସେହିପରି, ସଦସ୍ୟାଙ୍କ ସ୍ୱାମୀ ମଧ୍ୟ ଗୁଳି କରି ମାରିବାକୁ ଧମକ ଦେଇଥିବା ନେଇ ଶାନ୍ତିଲତା ବଳ ଓ ତାଙ୍କ ସ୍ୱାମୀ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ନ୍ୟାୟ ଦାବି କରିଛନ୍ତି।ଏହି ଘଟଣା ସମ୍ପର୍କରେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ






Leave a Reply