ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ପୁଲିସ ପ୍ରଶାସନ । ରାଜ୍ୟରେ ଅପରାଧ ବୃଦ୍ଧି, ଦୁର୍ଘଟଣା ଓ ଯୁବପୀଢ଼ି ପଥଭ୍ରଷ୍ଟ ପଛର ପ୍ରମୁଖ କାରଣ ହେଉଛି ନିଶା। ଆସନ୍ତା ମାସରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ । ଲକ୍ଷ୍ୟ ରଖାଯାଇଛି ଆଗାମୀ ତିନି ବର୍ଷ ଭିତରେ ସଂପୂର୍ଣ୍ଣ ରାଜ୍ୟରୁ ନିଶା ଦ୍ରବ୍ୟର ହଟାଯିବ
ନିଶା ମାଫିଆଙ୍କୁ ଯେଉଁଠି ଦେଖୁଛ ତାଙ୍କୁ ବନ୍ଧାଯିବ। ରାଜ୍ୟର ସମସ୍ତ ଏସପି ଓ ଏସଟିଏଫଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି। ଏପ୍ରିଲ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ। ଆସନ୍ତା ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୂଳପୋଛ ଲକ୍ଷ୍ୟ ରହିଛି । ୩ ମାସ ଭିତରେ ସମସ୍ତ ନିଶା ଦ୍ରବ୍ୟ ନଷ୍ଟ କରିବାକୁ ଯୋଜନା କରାଯାଇଛି










Leave a Reply