ଆରଡି : ଧୂଷୁରୀ ଥାନା ଆରଡ଼ି ଫାଣ୍ଡି ଅନ୍ତର୍ଗତ ସାଥୀବାଙ୍କୁଡ଼ା ଗାଁ ର ଚନ୍ଦ୍ରକାନ୍ତ ମହାକୁଡ଼ କୁ ଘରୁ ଡ଼ାକିନେଇ ହତ୍ୟା କରାଯାଇଥିବା ଅଭିଯୋଗ ପରେ ପୋଲିସ ଜୋରଦାର ତଦନ୍ତ ଚଳାଇଛି. ପାଖାପାଖି ଦଶ ରୁ ଉର୍ଦ୍ଧ ଜଣଙ୍କୁ ଥାନାକୁ ଡାକି ପଚରାଉଚରା କରିସାରିଲେଣି. ଏହି ଘଟଣାରେ ମୃତ ଯୁବକଙ୍କ ଘରେ ପହଂଚି ପରିବାରବର୍ଗଙ୍କୁ ଭେଟିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟ. ଏହି ଘଟଣା ସମ୍ପର୍କରେ ଏସପି ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ. ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ, ଯେଉଁମାନଙ୍କର ସମ୍ପୃକ୍ତି ରହିଛି ତୁରନ୍ତ ସେମାନଙ୍କୁ ପୋଲିସ ଗିରଫ କରିବାକୁ ସେ ଦାବି କରିଛନ୍ତି. ତଦନ୍ତ ବାଟବଣା ହେଲେ ବିଜେଡି ରାଜରାସ୍ତା କୁ ଓହ୍ଲାଇବା ସହ ଆନ୍ଦୋଳନ କରିବ ବୋଲି ବିଧାୟକ ଚେତାବନୀ ଦେଇଛନ୍ତି.
ଚନ୍ଦ୍ରକାନ୍ତ ହତ୍ୟା ଅଭିଯୋଗ ରେ ସଠିକ ତଦନ୍ତ ନହେଲେ ରାଜ ରାସ୍ତାକୁ ଓହ୍ଲାଇବ ବିଜେଡି















Leave a Reply