ପୋଲିସର ଦଲାଲି ଏବଂ ନେତାଙ୍କ ଚାପ

Spread the love

📌 ପୋଲିସର ଦଲାଲି ଏବଂ ନେତାଙ୍କ ଚାପ:

ଧାମରା ପୋଲିସଠାରୁ ନିରାଶ ହେବା ପରେ ଆମେ ଚାନ୍ଦବାଲି କୋର୍ଟ (Court) ର ସାହାରା ନେଲୁ। ମୋ ଜୀବନ ପ୍ରତି ବିପଦ ଥିବାରୁ ମୋ ସ୍ୱାମୀ ମୋତେ ମୋ ବାପା ଘରେ ଲୁଚାଇ ରଖିଲେ। ସେପଟେ ଦୋସିଙ୍ଗା ଘରେ ମୋ ନଣନ୍ଦ ମେնକା ଜେନା ଏବଂ ମୋ ଶାଶୁ ରଂଜିତା ଦଳେଇ ରହୁଥିଲେ। ସେମାନେ ଏକଲା ଥିବାରୁ ବିରୋଧୀମାନେ ସେମାନଙ୍କୁ ମଧ୍ୟ ଅତି ଅମାନୁଷିକ ଭାବେ ଟର୍ଚ୍ଚର କଲେ। ସେମାନେ ପୁଣି ଧାମରା ଥାନାରେ ଗତ ୦୧/୦୫/୨୦୨୬ ଏବଂ ପୁଣି ୨୭/୦୫/୨୦୨୬ ରେ ଲିଖିତ ଏତଲା ଦେଲେ। କିନ୍ତୁ ବିଜେପିର କିଛି ଦଲାଲି ନେତା ଥାନା ଉପରେ ଚାପ ପକାଇଲେ ଏବଂ ପୋଲିସ ସେହି ନେତାଙ୍କ ଚାପରେ ଆସି ଆମ କଥା ଶୁଣିବା ବଦଳରେ ଓଲଟା ଆମକୁ ହିଁ ୧୦७ ଧାରାର ନୋଟିସ୍ ଧରାଇ ଦେଲା।

📌 ୩୦ ମଇ ୨୦୨୬: ରାସ୍ତା ମଝିରେ ସାଙ୍ଘାତିକ ଆକ୍ରମଣ ଓ ମିଛ କାଉଣ୍ଟର କେସ୍:

ଗତ ୩୦/୦୫/୨୦2୬ ଦିନ ୧୦७ ନୋଟିସ୍ ଯୋଗୁଁ ଉଭୟ ପକ୍ଷ ଚାନ୍ଦବାଲି ଯାଇଥିଲୁ। ସେଠାରୁ ଫେରିବା ବେଳେ କୃଷ୍ଣପୁର ରାସ୍ତାରେ ସୁକାନ୍ତ, ସୁକୁଦେବ ଓ ଏକ car ଯାଉଥିଲା ଆମକୁ cross କରି ଚାଲିଗଲା ଅଉ ପୁଣି back କରି ଆସି ଆମକୁ ଅଟକାଇ ପରିବାର ଲୋକେ ମଝି ରାସ୍ତାରେ ଆମ ଗାଡ଼ି ଅଟକାଇ ମୋତେ, ମୋ ନଣନ୍ଦ, ଓ ମୋ ସ୍ୱାମୀଙ୍କୁ ଅତି ବର୍ବର ଭାବେ ରାସ୍ତା ଉପରେ ଘୋଷାରି ଘୋଷାରି ମାଡ଼ ମାରିଲେ।

ଏହି ମାମଲାରେ ଚାନ୍ଦବାଲି ଥାନା ଆମ ଅଭିଯୋଗକୁ ଆଧାର କରି ଛୁ କିନ୍ତୁ ଚାନ୍ଦବାଲି ପୋଲିସ କିଛି ଆକ୍ସନ ନେଲେ ନାହିଁ ଉଲଟା ଆମକୁ ଧମକେଇଲେ ବିରୋଧୀମାନେ ନିଜର ବିଜେପି ରାଜନୈତିକ ବଳ ଏବଂ ପ୍ରଭାବଶାଳୀ ନେତାଙ୍କ ଦ୍ୱାରା ପୋଲିସ ଉପରେ ଚାପ ପକାଇ ଆମ ପରିବାର ନାଁରେ ସମ୍ପୂର୍ଣ୍ଣ ମିଛ କାହାଣୀ କରାଇଛନ୍ତି। ସେଥିରେଆମ ଉପରେ (ହତ୍ୟା ଉଦ୍ୟମ ସଦୃଶ ସାଙ୍ଘାତିକ ଦଫା) ଲଗାଇ ଦେଇଛନ୍ତି, ଯେମିତି ପୋଲିସ ସେମାନଙ୍କୁ ସପୋର୍ଟ କରି ଆମକୁ ଗିରଫ କରିବ।

🙏 ମିଡିଆ ଭାଇମାନଙ୍କୁ ଆକୁଳ ନିବେଦନ:

ଆମ ପାଖରେ ଘର କବାଟ ଭାଙ୍ଗିବାର ଏବଂ ରାସ୍ତାରେ ମାଡ଼ ମାରିବା ସବୁ ଭିଡିଓ ପ୍ରମାଣ ଅଛି। ସେମାନେ ଶାସକ ଦଳର ପାୱାର ଦେଖାଇ ଗୁଣ୍ଡାଗିରି କରୁଛନ୍ତି ଏବଂ ପୋଲିସର କିଛି ଦଲାଲି ନେତାଙ୍କ ଚାପ ଯୋଗୁଁ ପ୍ରଶାସନ ଆମକୁ ହଇରାଣ କରୁଛି। ଦୟାକରି ଏହି ଖବରକୁ ସାରା ଓଡ଼ିଶାବାସୀଙ୍କ ସାମ୍ନାକୁ ଆଣନ୍ତୁ ଏବଂ ଆମ ଅସହାୟ ପରିବାରକୁ ନ୍ୟାୟ ଦିଅନ୍ତୁ!🙏🙏🙏


Spread the love

Leave a Reply

Your email address will not be published. Required fields are marked *