ଲଜ୍ଜାଜନକ! ସରକାରୀ କାର୍ଯ୍ୟାଳୟର ଲେଡିଜ୍ ଟଏଲେଟରେ ଲୁଚା କ୍ୟାମେରା: କନିଷ୍ଠ କିରାଣୀ ସସପେଣ୍ଡ
ସୁରକ୍ଷିତ ତ ଦେଶର ମହିଳା? ଯେଉଁଠି ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେବା କଥା, ସେଠାରେ ସରକାରୀ କାର୍ଯ୍ୟାଳୟ ଭିତରେ ହିଁ ଜଣେ ମହିଳାଙ୍କ ଗୋପନୀୟତା ସହ ଖେଳ ଖେଳାଯାଇଛି। DRDA କାର୍ଯ୍ୟାଳୟର ନବନିଯୁକ୍ତ କନିଷ୍ଠ କିରାଣୀ ସଞ୍ଜୟ ଅଧେକାଙ୍କ ଏଭଳି ବିକୃତ ମାନସିକତା ଏବେ ସମଗ୍ର ସମାଜକୁ ଚକିତ କରିଛି। ନୂଆ ନୂଆ ଚାକିରି ପାଇ ମଧ୍ୟ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି ଏହି ବାବୁ।
ଲେଡିଜ୍ ଟଏଲେଟ୍ ଭିତରେ ଲୁଚା କ୍ୟାମେରା ଲଗାଇ ମହିଳା କର୍ମଚାରୀଙ୍କ ଗୋପନୀୟତା ନଷ୍ଟ କରିବା ଭଳି ଏକ ସଂଗୀନ ଅଭିଯୋଗ ଆସିଛି ସଞ୍ଜୟଙ୍କ ବିରୋଧରେ। ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସମ୍ପୃକ୍ତ କିରାଣୀଙ୍କୁ ଚାକିରିରୁ ନିଲମ୍ବିତ (Suspend) କରାଯାଇଛି ଏବଂ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି।
”ଯଦି ଏକ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି, ତେବେ ସେମାନେ କେଉଁଠି ସୁରକ୍ଷିତ?”
ଏଭଳି ଘଟଣା କେବଳ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ, ବରଂ କର୍ମକ୍ଷେତ୍ରରେ ମହିଳାଙ୍କ ସମ୍ମାନକୁ ମଧ୍ୟ ଆଘାତ ପହଞ୍ଚାଉଛି।
ଏଭଳି ବିକୃତ ମାନସିକତା ରଖୁଥିବା ଅପରାଧୀଙ୍କୁ କେବଳ ସସପେଣ୍ଡ ନୁହେଁ, ବରଂ କଠୋରରୁ କଠୋରତମ ଆଇନଗତ ଦଣ୍ଡ ମିଳିବା ଉଚିତ୍ କି ନୁହେଁ? ଆପଣଙ୍କ ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ।










Leave a Reply