ବିକାଶର ଧାରା ଓଡିଶା ସାରା, ଚାନ୍ଦବାଲି ଏନ୍ଏସିରେ ଜନ ସଚେତନତା କାର୍ଯ୍ୟକ୍ରମ

Spread the love

ଚାନ୍ଦବାଲି: ବିକାଶର ଧାରା ଓଡିଶା ସାରା। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଚାନ୍ଦବାଲି ଏନ୍ଏସିରେ ଅନୁଷ୍ଠିତ ହେଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ଚାନ୍ଦବାଲି ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଆଭାସ ପାଣିଗ୍ରାହୀ ସଭାପତିତ୍ବ କରିଥିଲେ। ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଲୋକଙ୍କ ମତାମତ ସଂଗ୍ରହ କରା ଯାଇ ଥିଲା। ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଗଲା। ଚାନ୍ଦବାଲି ଏନ୍ ଏ ସି ରେ ୧୫ ଟି ଓ୍ଵାର୍ଡର ମହିଳାମାନଙ୍କର ସମାବେଶ ଚାନ୍ଦବାଲି ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ମହିଳା ସଶକ୍ତିକରଣ କ୍ଷେତ୍ରରେ ହୋଇ ଥିବା ବିକାଶ କାର୍ଯ୍ୟର ଚିତ୍ର ପ୍ରଦର୍ଶନୀ ମାଧ୍ୟମରେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରା ଯାଇ ଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ହିତାଧିକାରୀଙ୍କୁ ସରକାରୀ ସହାୟତା ବଣ୍ଟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ, ମଧୁବାବୁ ପେନସନ୍ ମଞ୍ଜୁରୀ ପତ୍ର, ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଥିଲା। ଲୋକକଳା ମାଧ୍ୟମରେ ସରକାରୀ ଯୋଜନାର ପ୍ରଚାର କରା ଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଚାନ୍ଦବାଲି ଏନ୍ ଏ ସି ରେ ସମସ୍ତ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ।ଚାନ୍ଦବାଲି ରୁ ନିଶିକାନ୍ତ ବେହେରା ଙ୍କ ରିପୋର୍ଟ


Spread the love

Leave a Reply

Your email address will not be published. Required fields are marked *