ଚାନ୍ଦବାଲି : ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ଭଦ୍ରକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର l
ବିଭିନ୍ନ ବ୍ୟକ୍ତିଗତ ଓ ସମୂହ ସମସ୍ୟା ନେଇ ଜନସାଧାରଣ ପହଂଚିଥିବା ବେଳେ ସର୍ବାଧିକ 262 ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି l
ଜିଲ୍ଲା ସ୍ତରୀୟ ପ୍ରାୟ ସମସ୍ତ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ର ତୁରନ୍ତ ସମାଧାନ କରିଥିବା ବେଳେ କେତେକ ପ୍ରମୁଖ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ ଜିଲ୍ଲାପାଳ l
ମୁଖ୍ୟତଃ ବିଭିନ୍ନ ପଂଚାୟତ ରୁ ଉଭୟ ଶାସକ ଦଳ, ବିରୋଧୀ ଦଳ ଓ ସଚେତନ ବ୍ୟକ୍ତି ସମୂହ ପଞ୍ଚାୟତର ପ୍ରମୁଖ ରାସ୍ତା ଗୁଡିକର ନିର୍ମାଣ ଓ ମରାମତି ହେଉନଥିବା ଅଭିଯୋଗ ରଖିଥିଲେ l ଆର ଏଣ୍ଡ ଡି ବିଭାଗର ଏସ ଡି ଓ ଏହାକୁ ଗୁରୁତ୍ୱ ପୂର୍ଣ୍ଣ ସମସ୍ୟା ଭାବରେ ତୁରନ୍ତ ସମାଧାନ ପାଇଁ ନିର୍ଭର ପ୍ରତିଶୃତି ଦେଇଥିବା କଥା ଜିଲ୍ଲାପାଳ ଜଣାଇଥିଲେ l ଏହା ବ୍ୟତୀତ ମେଗା ପ୍ରକଳ୍ପ ତଥା RWSS ଅଧୀନରେ ଥିବା ଏହି ପାନୀୟ ଜଳଯୋଗଣ ର ଅଭିଯୋଗ ନେଇ ପହଂଚିଥିବା ବିଭିନ୍ନ ପଞ୍ଚାୟତର ଗ୍ରାମବାସୀଙ୍କୁ SDO ଏଜେନ୍ସି ଙ୍କ ଦ୍ୱାରା ସମାଧାନ ର ସମୟ ସୀମା ଦୁଇ ଦିନ ଧାର୍ଯ୍ୟ କରାଯାଇଛି l
ଅଧିକାଂଶ ସମସ୍ୟା ଗୁଡ଼ିକ ମଧ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ରେ ଓ ବାର୍ଦ୍ଧକ୍ୟ ଭତ୍ତା ରୁ ବଂଚିତ ହିତାଧିକା















Leave a Reply