- ଭଦ୍ରକ, ତା–୦୬/୦୪/୨୦୨୬: ଭଦ୍ରକ ଜିଲ୍ଲା ବ୍ଲକ କାର୍ଯ୍ୟ।ଳୟ ଠାରେ ଆଜି ଯୁକ୍ତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୧୭୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୨୫ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୩୮ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ , ମୁଖ୍ୟମନ୍ତ୍ରୀ ସହାୟତା ନିଧି ଅଧିନସ୍ଥ ୪ଟି ଓ ରେଡ କ୍ରଶ ଅଧିନସ୍ଥ ୪ଟି ଅଭିଯୋଗ ରହିଥିଲା।
ଶୁଣାଣି ସମୟରେ ୪୨ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସହାୟତା ନିଧି ଓ ଜିଲ୍ଲା ରେଡକ୍ରସ୍ ନିଧି ମାଧ୍ୟମରେ ୮ଜଣ ଅଭିଯୋଗକାରୀଙ୍କୁ ମୋଟ ୩୩,୦୦୦/- ଟଙ୍କା ମଞ୍ଜୁର କରାଯାଇଛି।
ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଉପସ୍ଥିତ ଥିବାବେଳେ ଜିଲ୍ଲା ଆରକ୍ଷି ଅଧିକ୍ଷକ , ମୁଖ ଉନ୍ନୟନ ଅଧିକାରୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଉପ ଜିଲ୍ଲାପାଳ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ମଧ୍ୟ ଉପସ୍ଥିତ ଥିଲେ।












Leave a Reply