ଭଦ୍ରକ ଜିଲ୍ଲାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭଦ୍ରକରେ ASMITA ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ

Spread the love

ଭଦ୍ରକ ଜିଲ୍ଲାରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭଦ୍ରକରେ ASMITA ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ

-ପ୍ରାୟ ୫୦୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ;

-ଯୁବମାନଙ୍କ ମଧ୍ୟରେ କ୍ରୀଡା ମନୋଭାବ ବୃଦ୍ଧି ପାଇଁ ପ୍ରୟାସ

ଭଦ୍ରକ, ୯ ମାର୍ଚ୍ଚ : ଯୁବ କାର୍ଯ୍ୟ ଓ କ୍ରୀଡା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ମୋ ଭାରତ, କେ.ଆଇ.ସି ଭଦ୍ରକ ପକ୍ଷରୁ ଜିଲ୍ଲାସ୍ତରୀୟ ASMITA ଆଥଲେଟିକ୍ସ ପ୍ରତିଯୋଗିତା ଭଦ୍ରକ ସହରର ପ୍ବି.ଏମ୍‌. ବଗୁରାଇ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଯୁବ କ୍ରୀଡାବିତ୍‌ମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯକ୍ରମକୁ ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଓ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଶ୍ରୀ ଦିଲୀପ ରାଉତରାଏ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ, ଉପଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡା ଅକାରୀ ଶ୍ରୀ ଦେବବ୍ରତ ମହାପାତ୍ର, ନେଭାଲ କମାଣ୍ଡିଂ ଅଫିସର କମାଣ୍ଡର ସୁଦୀପ୍ତ କୁମାର ସାହୁ, ଓ OSD (Sports) ଶ୍ରୀ ରମେଶ କୁମାର ମହାନ୍ତି ଉଦ୍ଘାଟନ କରିଥିଲେ।ଅତିଥିମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ଉକ୍ତ ପ୍ରତିଯୋଗିତାରେ ପ୍ରାୟ ୫୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୧୦୦ ମିଟର, ୨୦୦ ମିଟର ଓ ୪୦୦ ମିଟର ଦୌଡ଼ ସହିତ ବିଭିନ୍ନ ଖେଳ ବିଭାଗରେ Under-13, 13-18 ବର୍ଷ ଓ 18 ବର୍ଷ ଉର୍ଦ୍ଧ୍ୱ ବର୍ଗରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଜେତା ପ୍ରତିଯୋଗୀମାନଙ୍କୁ ନଗଦ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା।

ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ଯୁବମାନଙ୍କୁ କ୍ରୀଡା ମାଧ୍ୟମରେ ସୁସ୍ଥ ଜୀବନ ଅନୁଶୀଳନ କରିବାକୁ ଆହ୍ୱାନ ଦେଇଥିଲେ।

ଏପରି କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

ଏହି କାର୍ୟକ୍ରମଟି KIC ଭଦ୍ରକର PCA ଶ୍ରୀ ରାଜେଶ କୁମାର ନାୟକ ଓ ମୋ ଭାରତ, ଭଦ୍ରକର କାର୍ଯ୍ୟାଳୟ କର୍ମଚାରୀ ଶ୍ରୀ ପ୍ରକାଶ କୁମାର ମଲ୍ଲିକଙ୍କ ସହଯୋଗରେ ସଫଳତାର ସହ ଆୟୋଜନ କରାଯାଇଥିଲା I ‎

 

ରିପୋର୍ଟର : ଦୁର୍ଗା ପ୍ରସାଦ ଦାସ

ଭଦ୍ରକ


Spread the love

Leave a Reply

Your email address will not be published. Required fields are marked *