ଭଦ୍ରକ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ଼ ୩ ଟା ଠାରୁ ଭଦ୍ରକର ଗୋ ମାଫିଆଙ୍କ ଘରେ ଚଢ଼ାଉ ଚାଲିଛି। ଏକ ବଡ଼ ଧରଣର ଚଢାଉ ଚାଲିଥିବା ବେକେ ଏହି ମାଫିଆଙ୍କ ଘର ବହୁ ମାରଣାସ୍ତ୍ର ଜବତ ହୋଉଛି । ଭଦ୍ରକର ୮ ଗୋ ମାଫିଆଙ୍କ ଘରେ ଚାଲିଛି ଚଢାଉ। ସହରର ସନ୍ଥିଆ ଗ୍ରାମ, ପୁରୁଣା ବଜାରର ନଙ୍ଘା ମହଲା, , ଅଲାଲପୁର , ଗୁଜିଦରଦା ଭଳି ୪ ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୩ ଜଣ ଡି ଏସ ପି ଓ ୧୦ ଜଣ ଥାନା ଅଧିକାରୀ ଓ ଅନେକ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ଭଦ୍ରକ ଏସ ପି ମନୋଜ ରାଉତଙ୍କ ନେତୃତ୍ବରେ ଚାଲିଛି ଚଢାଉ। ଭଦ୍ରକ ଜିଲ୍ଲାରେ ଗୋ ମାଫିଆଙ୍କ ଦୌରାତ୍ମ୍ୟ ଚାଲିଥିଲା। ଏବେ ସେମାନଙ୍କ ଆଡ୍ଡା ଉପରେ ଚଢାଉ ଚାଲିଛି। ବେଆଇନ ଗୋ ଚାଲାଣ ନେଇ ଚଢ଼ାଉ ସୂଚନା । ନଗଦ ଟଙ୍କା , ଗହଣା ସହ ସମ୍ପତ୍ତି ଯାଞ୍ଚ ଚାଲିଛି । ବିପୁଳ ଟଙ୍କା ଓ ସୁନା ଗହଣା ଠାବ । ଗୋ ମାଫିଆଙ୍କ ଠାରୁ ଜବତ ହେଲା ବନ୍ଧୁକ, ଭୁଜାଲି, ଖଣ୍ଡା, ସୁନା , ରୂପା , ପୁଳା ପୂଳା ଟଙ୍କା ବିଡା
ଭଦ୍ରକରେ ଗୋ ମାଫିଆଙ୍କ ଘରେ ବଡ଼ ଧାରଣର ଚଢ଼ାଉ!












Leave a Reply