ଆଜି ତା 07.04.2026 ରିଖ ଭାବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ, ସର୍ବଭାରତୀୟ ଅବସରପ୍ରାପ୍ତ ଗ୍ରାମୀଣ ବ୍ୟାଙ୍କ କଲ୍ୟାଣ ସମିତି, ଓଡିଶା ଶାଖାର ଏକ ଦ୍ବିବାର୍ଷିକ ସାଧାରଣ ସଭା ଆୟୋଜନ କରାଯାଇଥିଲା I
ସେଥିରେ ପ୍ରାୟଃ 203ଜଣ ସଦସ୍ୟ ଉପସ୍ଥିତ ହୋଇଥିଲେ I
ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ A K Motayed, ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଦିୱାନ ଚାନ୍ଦ ଶର୍ମା(କେନ୍ଦ୍ରୀୟ ସଙ୍ଗଠ ନ ସଭାପତି ), ଶ୍ରୀଯୁକ୍ତ ଦୀପକ ଶର୍ମା (ସହ ସାଧାରଣ ସମ୍ପାଦକ)ଏବଂ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଯୋଗଦାନ କରିଥିଲେ I
ଶ୍ରୀଯୁକ୍ତ ପ୍ରଫୁଲ କୁମାର ମହାପାତ୍ର ସଭା ପରିଚାଳନା କରିଥିଲେ I ସମ୍ପାଦକ ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିଲେ I ତାପରେ ଆଗାମୀ ବର୍ଷପାଈଁ କାର୍ଯ୍ୟକର୍ତ୍ତା ନିର୍ଵାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା I ନିର୍ଵାଚନ ଅଧିକାରୀ ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ନିର୍ଵାଚନ ପରିଚାଳନା କରି ଚଳିତ ଵା ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ଦ୍ବିବାର୍ଷିକ ନିର୍ଵାଚନ ପର୍ଯ୍ୟନ୍ତ ସଂଗଠନର କାର୍ଯ୍ୟ ତୁଲାଇବାପାଇଁ ଘୋଷଣା କଲେ I
ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ସାଧାରଣ ସମ୍ପାଦକ
ଶ୍ରୀ ସୁରେନ୍ଦ୍ରନାଥ ପଣ୍ଡା












Leave a Reply