ରାସ୍ତା ନ ଥିବାରୁ କମ୍ପାନୀ ପଳାଉଛନ୍ତି!

Spread the love

ଭଦ୍ରକରୁ ଧାମରା ସ୍ବତନ୍ତ୍ର ରାଜପଥ ପାଇଁ କାହାରି ଆଗ୍ରହ ନଥିବା ଦେଖିବାକୁ ମିଳୁଛି। ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପ ନିମନ୍ତେ ଜିଲ୍ଲାର ଲୋକ ନିରବ ରହିଥିବା ବେଳେ ବନ୍ଦର କମ୍ପାନୀ ବି ଆଗ୍ରହ ଦେଖାଉ ନାହିଁ। ଭଦ୍ରକରୁ ଧାମରା ସ୍ବତନ୍ତ୍ର ରାଜପଥ ପାଇଁ ଏବେ ଜିଲ୍ଲାବାସୀ ଅଣ୍ଟାଭିଡିଛନ୍ତି। ଧାମରା ବନ୍ଦରର ପରିଚାଳନା ଦାୟିତ୍ବ ଆଦାନୀ କମ୍ପାନୀ ହାତରେ ରହିଛି। ରେଳପଥ ପାର୍ଶ୍ଵ ଦେଇ ଏକ ସ୍ବତନ୍ତ୍ର ରାଜପଥ ନିର୍ମାଣ ପାଇଁ ଅନେକ ପୂର୍ବରୁ ବନ୍ଦର କମ୍ପାନୀ ଜମି ଅଧିଗ୍ରହଣ କରିଛି । ୨୦୧୧ ମସିହାରେ ଧାମରା ବନ୍ଦର ଦୁଇଟି ବର୍ଥକୁ ନେଇ କାର୍ଯ୍ୟ ଆରମ୍ଭ କରିଥିଲା । ବାହାର ଦେଶରୁ ଧାମରା ବନ୍ଦରକୁ ଜାହାଜ ଆସିବା ସହ କୋଇଲା ଓ ଚୂନ ପଥର, ଲୁହା ପଥର ଭଦ୍ରକ ଦେଇ ବନ୍ଦର କମ୍ପାନିର ଗୁଡିକ ରେଳପଥ ଦେଇ ବାହାର ରାଜ୍ୟକୁ ରପ୍ତାନୀ ହେଉଛି। ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ରେଳପଥ ବନ୍ଦର କମ୍ପାନି ନିଜସ୍ଵ ଖର୍ଚ୍ଚରେ ତିଆରି କରିଛି । କମି ଅଧିଗ୍ରହଣ ବେଳେ ବନ୍ଦର କମ୍ପାନି ନିଜ ସମ୍ବଳରେ ରେଳପଥ ଓ ସ୍ବତନ୍ତ୍ର ସଡ଼କ ପଥ ନିର୍ମାଣ କରିବ ବୋଲି କହିଥିଲା। ରେଳପଥ ହେଲା କିନ୍ତୁ ସଡକ ପଥ ହେଲାନାହିଁ। ରେଳପଥରେ ମାଲ ପରିବହନ ହେଲା ମାତ୍ର ଏହି ରେଳପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁନାହିଁ। ଭଦ୍ରକ ଧାମରା ରେଳପଥରେ ଦୁଇଟି ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବାକୁ ଭଦ୍ରକ ଜିଲ୍ଲାବାସୀ ପ୍ରଥମରୁ ଦାବି କରି ଆସୁଛନ୍ତି। କିନ୍ତୁ ଲୋକଙ୍କର ଏହି ଦାବିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ସମ୍ପ୍ରତି ଜାମୁଝାଡ଼ିରୁ ବାସୁଦେବପୁର ଦେଇ ଧାମରା ପର୍ଯ୍ୟନ୍ତ ଡିଆରଡିଓ ରାସ୍ତାକୁ ୧୬(ଏ) ଜାତୀୟ ରାଜପଥର ମାନ୍ୟତା ଦିଆଯାଇ କାମ କରାଯାଇଛି। ଏହି ରାସ୍ତା ନିର୍ମାଣ ହେଲେ ଏହା ଯାତ୍ରୀମାନଙ୍କ ଗମନାଗମନ ଲାଗି ସୁବିଧା ହୋଇପାରିବା ସହ ବନ୍ଦର କମ୍ପାନି ଆଗାମୀ ଦିନରେ ତାର ମାଲ୍ ପରିବହନ ସଡକପଥ ଦେଇ କରିବାକୁ ହେଲେ ସହଜ ରାସ୍ତା ହେଉଛି ଧାମରା-ଭଦ୍ରକ ସ୍ବତନ୍ତ୍ର ରାଜପଥା ବନ୍ଦରରେ ୫ଟି ବର୍ଥ ନିର୍ମାଣ ହୋଇ ବନ୍ଦର କାର୍ଯ୍ୟକାରୀ ହେଉଛି। ପରବର୍ତ୍ତୀ ସମୟରେ ଅତିରିକ୍ତ ବର୍ଥ ନିର୍ମାଣ ହେବ ଏବଂ ବନ୍ଦରର କଳେବର ବୃଦ୍ଧି ପାଇବ । ବନ୍ଦରକୁ ଭିତ୍ତିକରି ଆହୁରି ଅନେକ କମ୍ପାନି ଧାମରାକୁ ଆସିବେ। ଆଓସିଏଲ ମଧ୍ୟ ଧାମରାରେ ତାର କାମ ଆରମ୍ଭ କରି ଦେଇଛି। ଧାମରାକୁ ଭଦ୍ରକରୁ ଏଇ ସ୍ଵତନ୍ତ୍ର ସଡକପଥ ନିର୍ମାଣ କରିବାର ଆବଶ୍ୟକ‌ତା ରହିଥିବା ବେଳେ ଏହାକୁ ଗୁରୁତ୍ବ ଦିଆଯାଉନାହିଁ। ଆହୁରି ଅନେକ କମ୍ପାନି ଧାମରାରେ ଖୋଲିବା ଲାଗି ଜମି ଅଧିଗ୍ରହଣ କରି ନେଇଛନ୍ତି। କେବଳ ସଡକ ପଥରେ ଯୋଗାଯୋଗ ସୁବିଧା ନଥିବାରୁ ଏଠାକୁ ଅନ୍ୟ କମ୍ପାନିମାନେ ଆସିବାକୁ ମୁହଁ ମୋଡୁଛନ୍ତି | କେବଳ ସେତିକି ନୁହେଁ, ବନ୍ଦରରୁ ମାଲ ପରିବହନ ପାଇଁ ପ୍ରଶସ୍ତ ସଡ଼କ ପଥର ଆବଶ୍ୟକ‌ତା ରହିଛି | ଟ୍ରେନ୍ ଲାଇନ୍ ଯିବା ପରେ ଆହୁରି ବିସ୍ତୀର୍ଣ୍ଣ ଅଞ୍ଚଳ ରହୁଛି। ଯାହା ଉପରେ ଦୁଇ ଥାକିଆ ସ୍ବତନ୍ତ୍ର ରାଜପଥ ନିର୍ମାଣ କରାଯାଇ ପାରିବ । ଟ୍ରେନ୍ ଲାଇନ୍ ୩୦ ମିଟର ଓସାର ଦେଇ ଯାଇଥିବା ବେଳେ ରାଜପଥ ଯଦି ୫୦ ମିଟର ଓସାରରେ ନିର୍ମାଣ କରାଯାଏ। ତେବେ ଆହୁରି ଜମି ବଳକା ରହିବ| ୨ ଥାକିଆ ରେଳପଥ ଓ ୪ ଥାକିଆ ବିଶିଷ୍ଟ ସଡ଼କପଥ ମଧ୍ୟ ନିର୍ମାଣ ହୋଇପାରିବ ବୋଲି ବୁଦ୍ଧିଜୀବମାନେ ମତ ପ୍ରକାଶ କରିଛନ୍ତି।


Spread the love

Leave a Reply

Your email address will not be published. Required fields are marked *