ବିଧାନସଭାରେ ଧଶେଇ ପଶିଲେ ହଜାର ହଜାର କିନ୍ନର

Spread the love

ବିଧାନସଭାରେ ଧଶେଇ ପଶିଲେ ହଜାର ହଜାର କିନ୍ନର

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ କିନ୍ନର

ଭୁବେନଶ୍ଵର, ୧୭.୩ : କିନ୍ନର ୱେଲଫେୟାର ବୋର୍ଡ଼ ଗଠନ କରିବା, ଟ୍ରାର୍‌କେଣ୍ଟର ପର୍ସନ (ପ୍ରୋଟେକ୍ସନ ଅଫ୍ ରାଇଟ୍ସ୍) ଆମେଣ୍ଟମେଣ୍ଟ ବିଲ୍ -୨୦ ୬୬ ପ୍ରତ୍ୟାହାର କରିବା, ଡାକ୍ତରଙ୍କ ଦ୍ୱାରା ଲିଙ୍ଗ ନିରୂପଣ ପରୀକ୍ଷାକୁ ପ୍ରତ୍ୟାହାର କରିବା, ନାଲ୍‌ସା ଜଳମେଣ୍ଟକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବା, କିନୂରମାନଙ୍କ ପରମ୍ପରାକୁ ଅଣଦେଖା କରିବା, କିନ୍ନର ବୋର୍ଡ଼ରେ ଜଣେ ଉପସଭାପତି ଓ ୭ଜଣ କିନ୍ନରଙ୍କୁ ନେଇ ଏକ କମିଟି ଗଠନ କରିବା ଆଦି ଦାବି ନେଇ ନିଶୂଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗି ମହାସଂଘର ଡାକରାରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ହଜାର ହଜାର କିନ୍ନର ସେମାନଙ୍କ ଗୁରୁମାନଙ୍କ ସହ ମାଷ୍ଟର କ୍ୟାଣ୍ଟିନଠାରେ ଏକାଠି ହୋଇ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ବିଧାନସଭା ଭିତରକୁ ଧଶୋଇ ପଶିବାକୁ ଅଗ୍ରସର ହୋଇଥିଲେ ।

ବିଧାନସଭା ସମ୍ମୁଖରେ କ୍ୟାପିଟାଲ ଥାନାର ଏସିପିଙ୍କ ସହିତ ବହୁ ପୁଲିସ୍ ଅଧିକାରୀ ସେମାନଙ୍କୁ ଅଟକାଇରେ ମଧ୍ୟ କିନ୍ନରମାନେ ପୁଲିସ୍‌କୁ ଖାତିର ନଉକି ନିଜର ଦାବି ପୂରଣ ପାଇଁ ବିଧାନସଭା ପାଖରେ ଥିବା ବ୍ୟାରେକଡ଼କୁ ଚଢିଯାଇ ଆନ୍ଦୋଳନ କରିଥିଲେ । ଏହାପରେ ୮ଜଣ କିନ୍ନର ପ୍ରତିନିଧି ମଣ୍ଡଳା ପୂର୍ବତନ ଚେୟାରମ୍ୟାନ ପ୍ରତାପ କୁମାର ସାହୁ, ସଭାପତି ମାରା ପରିଡ଼ା, କାର୍ଯ୍ୟକାରୀ ସଭାପତି ସୁରଟି ସାହୁ, ଉପଭାପତି ସୋନାଲି କିନ୍ଦୂର, ମାଧୁରା କିନ୍ନର, ସୋନମ କିନୂର ଓ ସାଧାରଣ ସମ୍ପାଦକ ମେଘନା ସାହୁ ପ୍ରମୁଖ ବିଧାନସଭା ପରିସରକୁ ଯାଇ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ଓ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ସବୁ ଦାବିଗୁଡ଼ିକ ଅନୁଧ୍ୟାନ କରି ଖୁବ୍ ଶୀଘ୍ର ସବୁ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ମାରା ପରିଡ଼ା କହିଛନ୍ତି ଯେ, କେନ୍ଦ୍ର ସରକାର ଆଣିଥିବା ଟ୍ରାଜେଣ୍ଡର ପ୍ରୋଟେକ୍ସନ ବିଲ୍‌କୁ ଯଦି ଆଇନଗତା ସହାୟତା ନଦିଅନ୍ତି, ତେବେ ବାଧ ହୋଇ ହଜାର ହଜାର କିମ୍ବର ଦିଲ୍ଲୀର ପାର୍ଲାମେଣ୍ଟ ସମ୍ମୁଖରେ ଆନ୍ଦୋଳନ କରିବା ସହ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ସେହିପରି ମେଘନା ସାହୁ ଓ ସୋନାଲି କିମ୍ନର କହିଛନ୍ତି ଯେ, ୧୫ ଦିନ ଭିତରେ ରାଜ୍ୟ ସରକାର କିନ୍ନରମାନଙ୍କ ସମସ୍ୟାର ସମାଧାନ ନ କରନ୍ତି, ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାର କରା‌ଯିବ । ଏଥୁପାଇଁ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଚେତାବନୀ


Spread the love

Leave a Reply

Your email address will not be published. Required fields are marked *