ବର୍ତମାନ ସମୟରେ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଆଜି ତାରିଖ ୦୭/୦୩/୨୦୨୬ ଶନିବାର ଦିନ ସଂଧ୍ୟା ୫ ଘଣ୍ଟା ସମୟରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡିଶା ସଂଗଠନ ର ରାଜ୍ୟ କମିଟି ତରଫରୁ ଭୁବନେଶ୍ୱର ସହରର ଅଶୋକ ନଗର ସ୍ଥିତ ହୋଟେଲ କୋଷ୍ଟାଲ୍ ବେ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା। ଆପଣ ମାନେ ଜାଣିଥିବେ ବର୍ତମାନ ସାରା ରାଜ୍ୟ ରେ ଆଇନ୍ ଶୃଙ୍ଖଳ ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ଅବସ୍ଥା ରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ସ୍ଥାନରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି କେଉଁଠି ହତ୍ୟାକାଣ୍ଡ ତ କେଉଁଠି ଦୁଷ୍କର୍ମ ଅନ୍ୟ କେଉଁଠାରେ ମରଣାନ୍ତକ ଆକ୍ରମଣ ତ କେଉଁଠି ଡକାୟତି ହେଉଛି । ପରିସ୍ଥିତି ଏମିତି ହେଲାଣି ଯେ ରାଜ୍ୟରେ ରକ୍ଷକ ମଧ୍ୟ ଅସୁରକ୍ଷିତ। ରାଜ୍ୟରେ ବର୍ତମାନ ପୋଲିସ ବିଭାଗ ର କର୍ମଚାରୀ ମାନଙ୍କ ଉପରେ ମଧ୍ୟ ମରଣାନ୍ତକ ଆକ୍ରମଣ ହେଉଛି। ଯେଉଁ ରାଜ୍ୟରେ ପୋଲିସ ସୁରକ୍ଷିତ ନାହାନ୍ତି ସେଠାରେ ସାଧାରଣ ଜନତା କେମିତି ସୁରକ୍ଷିତ ରହିବେ। ବର୍ତମାନ ରାଜ୍ୟରେ ସ୍କୁଲ୍ କୁ ସପ୍ତମ ଶ୍ରେଣୀ ର ଛାତ୍ର ସ୍କୁଲ୍ ବ୍ୟାଗ୍ ରେ କଲମ ପରିବର୍ତ୍ତେ ବନ୍ଧୁକ ନେଇକି ଯାଉଛନ୍ତି। ରାଜ୍ୟ ରେ ବର୍ତମାନ ସ୍କୁଲ୍ ଛାତ୍ରୀ ମାନଙ୍କୁ ଶିକ୍ଷକ ରୂପେ ଥିବା ନର ରାକ୍ଷସ ମାନେ ଦୁଷ୍କର୍ମ କରୁଛନ୍ତି। ରାଜ୍ୟରେ ନାବାଳକ ଏବଂ ନାବାଳିକା ମାନଙ୍କୁ ଅପହରଣ ମଧ୍ୟ କରାଯାଉଅଛି ଯାହାକି ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ। ବର୍ତମାନ ର ସରକାର ରାଜ୍ୟ ରେ ଅପରାଧିକ କାର୍ଯ୍ୟକଳାପ କୁ ରୋକିବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ପୂର୍ବ ସରକାର ଙ୍କ କାର୍ଯ୍ୟକଳାପରେ ରାଜ୍ୟବାସୀ ଅତିଷ୍ଠ ହୋଇ ସରକାର ପରିବର୍ତ୍ତନ କରିଥିଲେ କିନ୍ତୁ ରାଜ୍ୟବାସୀ ଙ୍କୁ କୌଣସି ପ୍ରକାର ସୁଫଳ ମିଳିଲା ନାହିଁ। ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ର ମୁଖ୍ୟ କାରଣ ହେଉଛି ନିଶା କାରୋବର। କିନ୍ତୁ ସରକାର ନିଶା ଦ୍ରବ୍ୟ କୁ ରାଜ୍ୟରେ ବନ୍ଦ କରିପାରିଲେ ନାହିଁ। ରାଜ୍ୟ ରେ ମଦ ସହ ଅନ୍ୟାନ୍ୟ ନିଶା ଦ୍ରବ୍ୟ କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଆବଶ୍ୟକ ରହିଛି। କିନ୍ତୁ ଏଠି ସରକାର ମଦ କାଉଣ୍ଟର ସଂଖ୍ୟ କୁ ବୃଦ୍ଧି କରି ନିଶା କାରବାର କୁ ପ୍ରୋତ୍ସାହନ କଲାଭଳି ଲାଗୁଛି। ତତ୍ ସହିତ ଆପଣ ମାନେ ଜାଣିଥିବେ ବିଗତ ୨ ବର୍ଷ ହେଲା ବର୍ତମାନ ର ସରକାର ରାଜ୍ୟରେ ଶାସନ ରେ ଅଛନ୍ତି। ସରକାର କୁ ଆସିବା ପୂର୍ବରୁ ଭାରତୀୟ ଜନତା ପାର୍ଟି ହିନ୍ଦୁତ୍ୱ ର ରକ୍ଷା ଏବଂ ଗୋମାତା ଙ୍କ ସୁରକ୍ଷା ର ନାରା ଦେଇଥିଲା କିନ୍ତୁ ସରକାର ରେ ବସିଲା ପରେ ଦଳ ନିଜ ନାରା କୁ ଭୂଳିଯାଇଛି। ଦୀର୍ଘ ୨ ବର୍ଷ ଧରି ସରକାର ରେ ବସିଲା ପରେ ମଧ୍ୟ ବର୍ତମାନ ର ସରକାର ରାଜ୍ୟରେ ଗୋମାତା ଙ୍କ ସୁରକ୍ଷା ପାଇଁ ନୂତନ ଗୋ ସୁରକ୍ଷା ଆଇନ୍ କୁ ପ୍ରଣୟନ କରିପାରିଲେ ନାହିଁ। ବାରମ୍ବାର ବିଭିନ୍ନ ସଂଗଠନ ତରଫରୁ ଏବଂ ଗୋ ସେବକ ଭାଇ ମାନଙ୍କ ତରଫରୁ ଧାରଣା, ଅନଶନ, ବିକ୍ଷୋଭ ଏବଂ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ବର୍ତମାନ ର ସରକାର ଏହି ଦାବିକୁ କର୍ଣ୍ଣପାତ ନକରି ନିଦାବିଷ୍ଣୁ ସାଜି ବସିଛନ୍ତି। ବାରମ୍ବାର ସରକାର ଗୋ ସେବକ ମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ବର୍ତମାନ ରାଜ୍ୟରେ ପ୍ରତ୍ୟେକ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଗୋହତ୍ୟା କରାଯିବ ସହ ଗୋମାଂସ ବିକ୍ରି କରାଯାଉଅଛି। ତତ୍ ସହିତ ରାଜ୍ୟରେ ବେଆଇନ ଗୋ ଚାଲାଣ ଅନାୟାସ ଭାବେ କରାଯାଉଅଛି। ବେଆଇନ ଗୋ ଚାଲାଣ କ୍ଷେତ୍ରରେ ବର୍ତମାନ ସମୟରେ ଓଡିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଏବଂ ନାରୀ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ଦେଶରେ ଦୂତ୍ୱୀୟ ସ୍ଥାନ ହାସଲ କରିଛି। ଯାହାକି ଅତ୍ୟନ୍ତ ଲଜ୍ଜାଜନକ। ଏଣୁ ଆଜି ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ରାଜ୍ୟ ସରକାର ଙ୍କୁ ସଂଗଠନ ତରଫରୁ ରାଜ୍ୟରେ ଯଥାଶୀଘ୍ର ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ନିୟନ୍ତ୍ରଣ କରିବା ସହ ଅପରାଧିକ ମାମଲା ଉପରେ ରୋକ ଲଗାଇବା ଏବଂ ରାଜ୍ୟରେ ଗୋମାତା ଙ୍କ ସୁରକ୍ଷା ପାଇଁ ନୂତନ ଗୋ ସୁରକ୍ଷା ଆଇନ୍ କୁ ଯଥାଶୀଘ୍ର ପ୍ରଣୟନ କରିବା ଏବଂ ଓଡିଶା କୁ ଏକ ନିଶା ମୁକ୍ତ ଏବଂ ଅପରାଧ ମୁକ୍ତ ରାଜ୍ୟ କରିବା ପାଇଁ ଦାବି ଉପସ୍ଥାପନ କରାଗଲା। ଆଜିର ଏହି କାର୍ଯ୍ୟକ୍ରମ ରେ ସଙ୍ଗଠନ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ଭୋଳ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଦାଶ, ରାଜ୍ୟ ଉପସଭାପତି ରାଜୀବ ମିଶ୍ର, ରାଜ୍ୟ ସଂଯୋଜକ ଚିନ୍ମୟ ରାଉତରାୟ, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ସୁଶାନ୍ତ ମୁଦୁଲି ଏବଂ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।














Leave a Reply