ବୋଲେରୋ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ!

Spread the love

ବୋଲେରୋ ଧକ୍କାରେ ଦୁଇ ବାଇକ୍ ଆରୋହୀ ଗୁରୁତର

ଆହତ!

୧୮ ନମ୍ବର ଜାତୀୟ ରାଜପଥ କୁମ୍ଭାରମୁଣ୍ଢାକଟା କେନାଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଏକ ଦ୍ରୁତଗାମୀ ବୋଲେରୋ ଗାଡ଼ି ବାଇକଟିକୁ ପଛପଟୁ ଜୋରଦାର ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗୁରୁତର ଦୁଇ ଜଣ କୁଳିଅଣା ଥାନା ଅନ୍ତର୍ଗତ ଦିଗାରୀଅସ୍ତିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ତୁରନ୍ତ ପହଞ୍ଚି ଉଭୟ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହା ସହିତ ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ସାରସକଣାରୁ ସମୀକ୍ଷା ଶତପଥୀ ଙ୍କ ରିପୋର୍ଟ ସରସ୍ବତୀ ଖବର 


Spread the love

Leave a Reply

Your email address will not be published. Required fields are marked *