୨୦.୫.୨୬ ଓଡ଼ିଶା ସମେତ ଭାରତର ସମସ୍ତ ଔଷଧ ଦୋକାନ ବନ୍ଦ । (ୟୁସିଡିଏ)
ଅନ୍ଲାଇନ୍କୁ ବିରୋଧ କରି ୩୦୦୦୦ରୁ ଅଧିକ ଔଷଧ ଦୋକାନ ଓଡ଼ିଶାର କୋଣ ଅନୁକୋଣରେ ତା ୨୦.୫.୨୬ରିଖ ଦିନ ବନ୍ଦ ରହିବ । ଡ୍ରଗୃ ଆଣ୍ଡ୍ କସ୍ମେଟିକ ନିୟମ ଅନୁଯାୟୀ ଅନ୍ଲାଇନ୍ରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନାହିଁ । କୋଭିଡ୍ ସମୟରେ ପରିସ୍ଥିତିକୁ ନଜରରେ ରଖ୍ ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନ୍ଲାଇନ୍ରେ ଦେବା ପାଇଁ ଅନୁମତି ପ୍ରଦାନ କରିଥିଲେ, ହେଲେ ଆଜି ସ୍ଥିତି ସୁଧୁରି ଯିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରିନାହାନ୍ତି, ଯାହାକି ଆମର ୩୦୦୦୦ ସଭ୍ୟଙ୍କ ବ୍ୟାପାରରେ ବ୍ୟାଘାତ ସହିତ, ୨.୫ ଲକ୍ଷ କରିବାରଙ୍କ ଚିନ୍ତାର କାରଣ ପାଲଟିଛି ।
ଅନେକ ଆପରିଜନକ ଔଷଧ ଯାହା ବିନା ଡାକ୍ତରୀ ଚିଠାରେ ବିକ୍ରି ହେବାକଥା ନୁହେଁ, ତାହା ଆଜି ସହଜ ଭାବରେ ଉପଲବ୍ଧ ହେଉଛି । ଅନେକ ନିଶା ବଟିକା ଅନ୍ଲାଇନ୍ରେ ଅତି ସହଜରେ ମିଳୁଛି, ଯାହା ଯୁବପିଢ଼ିକୁ ବିପଥଗାମୀ କରୁଛି ।
ଔଷଧ ବ୍ୟବସାୟର ଲାଭାଂଶ ଓ ଏମ୍.ଆର୍.ପି ଯାହା ସରକାରଙ୍କଦ୍ଵାରା ସ୍ଥିରିକୃତ ( ଏନ୍ପିପିଏ/ ଡିପିସିଓ) ହୋଇଥାଏ ତା’ଠାରୁ ଅତି ଅଧିକ ମାତ୍ରାରେ ରିହାତିରେ ଔଷଧ ଅନ୍ଲାଇନ୍ରେ ମିଳୁଛି, ଯାହା ସାଧାରଣ ବ୍ୟବସାୟୀଙ୍କୁ ଅନେକ କ୍ଷତି ପହଞ୍ଚାଉଛି ।
ବିନା ଫାର୍ମାସିଷ୍ଟଙ୍କ ତତ୍ତ୍ୱାବଧାନରେ ଅନ୍ଲାଇନ୍ରେ ଔଷଧ, ଗ୍ରାହକ ଗ୍ରହଣ କରି ସେବନ କରୁଥବାରୁ, ଆଣ୍ଟିବାଓଟିକ୍ ରେଜିଷ୍ଟାନ୍ସ ର ମାତ୍ରା ବଢ଼ି ବଢ଼ି ଯାଉଛି । ତେଣୁ ଆମର ଦାବି କୋଭିଡ୍ ସମୟର ଜରୁରୀ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରାଯାଉ । ଅନ୍ଲାଇନ୍ ଔଷଧ ବିକ୍ରିକୁ ସମ୍ପୂର୍ଣ ବନ୍ଦ କରାଯାଉ । ଅତ୍ୟଧୂକ ରିହାତି ପ୍ରଦାନକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ ।
ସାଧାରଣ ଜନତାଙ୍କ ସ୍ଵାସ୍ଥ୍ୟ ପ୍ରତି ସରକାର ଯତ୍ନବାନ୍ ହୁଅନ୍ତୁ । ଯଦି ଏହା ୨୦.୫. ୨୬ରିଖ ଭିତରେ ନ ହୁଏ, ତେବେ ବର୍ତମାନ ପାଇଁ ୨୦.୫.୨୬ ଦିନ ଓଡ଼ିଶା ସମେତ ଭାରତର ସମସ୍ତ ଔଷଧ ବ୍ୟବସାୟୀ ତାଙ୍କର ଦୋକାନ ବନ୍ଦ ରଖିବେ । ଏଥିପାଇଁ ଯଦି କୌଣସି ଅଘଟଣ ଦୁର୍ଘଟଣା ଘଟେ, ସେଥିପାଇଁ ସରକାର ସମ୍ପୂର୍ଣ ଦାୟୀ ରହିବେ ।
ଆଗାମୀ ଭବିଷ୍ୟତରେ ଯଦି ଏ ପରିସ୍ଥିତିର କୌଣସି ସମାଧାନ ନ ହୁଏ, ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ । ଏହା ୟୁ.ସି.ଡି.ଏ. ଏବଂ ସର୍ବଭାରତୀୟ ସଂଘ (ଏ.ଆଇ.ଓ.ସି.ଡି)ର ଚରମ ନିଷ୍ପରି













Leave a Reply