ହରିପୁର ଶାସନ ( ଚିଲିକା) ୧୫/୬( ନିପ୍ର) ଚିଲିକା ବ୍ଲକର ହାଟବରଡିହ ପଞ୍ଚାୟତ ଅଧୀନ ଗଇନଡା ସ୍ଥିତ ମାଁ ଦୁଆରଶୁଣୀ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସାରସ୍ଵତ ଓ ସାହିତ୍ୟ ଅନୁଷ୍ଠାନ ” ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ”ର ୧୧ ତମ ସ୍ବ ନକ୍ଷତ୍ର ଦିବସ ପୂର୍ତ୍ତି ଅବସରରେ ଆୟୋଜିତ ଆମ ଗାଁ ରେ ମହୋତ୍ସବ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି। ନିଶିଗନ୍ଧା ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଜ୍ୟୋତିରଞ୍ଜନ ଦାଶ(ମହାସଚିବ ନିଖିଳ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ)ଯୋଗଦେଇ ନିକଟସ୍ଥ ଜଳଛତ୍ର ଶିବିର ଓ ରଜଦୋଳି ଲୋକାର୍ପଣ କରିବା ସହିତ ନିଜର ବକ୍ତବ୍ୟ ରଖିଵା ସହିତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କୁ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ପରେ ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀଙ୍କ ଦ୍ବାରା ବେଦପାଠ ଓ ମଞ୍ଚ ପରିଚାଳନା ବାଲୁଗାଁ ସ୍ଥିତ ମା ଭଗବତୀ ନୃତ୍ୟ ଅନୁଷ୍ଠାନର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ବାରିକ ବ୍ୟାଚ, ଉତ୍ତରୀୟ ଦେଇ ବରେଣ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧନା କରିଥିଲେ। ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପ୍ରତିଷ୍ଠାତା ବଳରାମ ତରାଇ ଆନୁଷ୍ଠାନିକ ଆଭିମୁଖ୍ୟ ପ୍ରଦାନ ଏଥିରେ ମୁଖ୍ୟ ବକ୍ତା ଭାବେ (+୩)ଜନତା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଟୁକୁନା ପ୍ରଧାନ ମହୋଦୟ , ଆମନ୍ତ୍ରିତ ଅତିଥି ଭାବେ ଗୋଦାବରୀଶ ଦାସ ପ୍ରଧାନ ଶିକ୍ଷକ ତଥା କବି ସ୍ବାମୀ ବିବେକାନନ୍ଦ ବିଦ୍ୟାଭବନ ସଭାପତି ଭାବେ ସୁଦୂର ମାଲକାନଗିରିର୍ ,କବି ଅଜୟ କୁମାର ପ୍ରଧାନ, ରଣପୁର, ଓ ବିଶେଷ ଅତିଥି ବିକ୍ରମ କେଶରୀ ଚମ୍ପତ୍ତି ଖୋର୍ଦ୍ଧା ଅଧିବକ୍ତା ,ବାଣପୁର ପ୍ରାକ୍ତନ ସେନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ, ଗୋଦାବରୀଶ ଦାସ ରୁପେ ମୁଖ୍ୟ ବକ୍ତା, ମୁଖ୍ୟ ଅତିଥି,ସମ୍ମାନିତ ଅତିଥିଙ୍କ ଚୟନ,ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନିଶିଗନ୍ଧାର ବାର୍ଷିକ ମୁଖପତ୍ର ଓ ଲେଖିକା ସ°ହିତା ଜେନାଙ୍କ ଲିଖିତ ଭାବେ ମନ୍ଦାକିନୀ ଓ କଵିତା°ଜଳି ପୁସ୍ତକୁ ଉନ୍ମୋଚନ କରାଯାଇଥିଲା। ରଜ ମହୋତ୍ସବ ର ପ୍ରଥମ ଦିବସର ୨ୟ ଅଧିବେଶନ ରେ ବୋହୁ ଚୋରୀ , ପୁଚିଖେଳ, ହରିବୋଲ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିଲିକା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଭିକାରୀ ରରଣ ପ୍ରଧାନ ଓ ମା ଭଗବତୀ କଳା ନିକେତନ ଆମନ୍ତ୍ରିତ କଳାକାରଙ୍କ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ପରିବେଷଣ ହୋଇଥିଲା। ଅିବକ୍ତା ଶେଷଦେବ ମହାରଣା ମଞ୍ଚ ପରିଚାଳନା କରିଥିଲେ। ନିଶିଗନ୍ଧାର ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ସ°ପାଦନାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।
“ନିଶିଗନ୍ଧା” ର ୧୧ ତମ ସ୍ଵନକ୍ଷତ୍ର ଦିବସ ଓ ରଜ ଉତ୍ସବ ଉଦଘାଟିତ
















Leave a Reply