ରାସ୍ତା ମଝି ରେ ଟ୍ରକ, ଯାତାୟାତ ଠପ TANGI,10.06.26.

Spread the love

ଟାଙ୍ଗୀ: ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଫାଟକ ନିକଟ ନୂଆ ଜଗନ୍ନାଥ ସଡ଼କରେ ଆଜି ଦେଖିବାକୁ ମିଳିଛି ଅଭୂତପୂର୍ବ ଟ୍ରାଫିକ ଜାମ୍।

ଏକ ମାଲ ବୋଝେଇ ଟ୍ରକରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାସ୍ତା ମଝିରେ ଅଟକି ରହିବାରୁ ଦୀର୍ଘ ତିନି ଘଣ୍ଟାରୁ ଅଧିକ ସମୟ ଧରି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

ଶହଶହ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ପୁରୀ ପଟୁ ରାମେଶ୍ୱର ଅଭିମୁଖେ ଆସୁଥିବା ଏକ ମାଲବୋଝେଇ ଟ୍ରକ ନିରାକାରପୁର ରେଳ ଫାଟକ ନିକଟରେ ହଠାତ୍ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇ ରାସ୍ତା ମଝିରେ ଅଟକି ରହିଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା।

ଦୀର୍ଘ ତିନି ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ଜାମ୍ ଲାଗି ରହିଥିବା ବେଳେ ରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଥିଲା। ପ୍ରଚଣ୍ଡ ଖରା ଓ ଗ୍ରୀଷ୍ମପ୍ରବାହ ମଧ୍ୟରେ ଫସି ରହିଥିବା ଯାତ୍ରୀମାନେ ଅସହ୍ୟ ଯନ୍ତ୍ରଣା ଭୋଗିଥିଲେ।

ଖବର ପାଇ ସ୍ଥାନୀୟ ପୋଲିସ ଏବଂ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ପରିସ୍ଥିତିକୁ ସ୍ୱାଭାବିକ କରୁଛନ୍ତି। ତେବେ ପୋଲିସର ବିଳମ୍ବିତ ପହଞ୍ଚିବାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି,,,,। ଖୋର୍ଦ୍ଧା ଜିଲ୍ଲା ରୁ ସୂର୍ଯ୍ୟକାନ୍ତ ଦଳାଇ


Spread the love

Leave a Reply

Your email address will not be published. Required fields are marked *