ଚାନ୍ଦବାଲି ମେନ୍ ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ଯୁବକଙ୍କ ମୃତ୍ୟୁ

Spread the love

ଚାନ୍ଦବାଲି ମେନ୍ ରୋଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ଯୁବକଙ୍କ ମୃତ୍ୟୁ

ଚାନ୍ଦବାଲି ମେନ୍ ରୋଡ୍‌ ସ୍ଥିତ ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ସୋକାକୁଳ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜଣେ ୨୭ ବର୍ଷୀୟ ଯୁବକଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି ।

ମୃତ ଯୁବକ ଜଣକ ହେଉଛନ୍ତି ମୂଳକାଇମା ତେନ୍ତୁଦିହି ଗ୍ରାମର ଉପେନ୍ଦ୍ର ବିଶ୍ୱାଳଙ୍କ ପୁତ୍ର ପରେସ ବିଶ୍ୱାଳ (୨୭) ।

ଘଟଣାରୁ ପ୍ରକାଶ ଯେ, ପରେସ କୌଣସି କାମରେ ଯାଉଥିବା ସମୟରେ ଇଣ୍ଡିଆନ୍ ଅଏଲ୍ ସାମ୍ନାରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ପରିବାର ଲୋକ ଶବ ରାସ୍ତରେ ରଖି ପ୍ରତିବାଦ କରିଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି

ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ଓ ମୂଳକାଇମା ତେନ୍ତୁଦିହି ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି ।


Spread the love

Leave a Reply

Your email address will not be published. Required fields are marked *