Spread the love

ଉଦ୍ଘାଟିତ ହେଲା ଜୟଦେବ ବିହାର ନନ୍ଦନକାନନ ପାରାଳେଲ ରୋଡ। ଏମକ୍ରାକାନନ ରୁ ଚୁନକୋଇଲି ପର୍ଯ୍ୟନ୍ତ ଥିବା ରାସ୍ତା କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି । ଦୀର୍ଘ ଦିନ ଏହି ରାସ୍ତା ନିର୍ମାଣ ହେଇପାରୁନଥିଲା । 900 ମିଟର ରାସ୍ତା ଜବରଦଖଲ ରେ ଥିବାରୁ ଏହାକୁ ଉଛେଦ କରି ଏହି କାର୍ଯ୍ୟ କୁ ତ୍ୱରାନ୍ୱିତ କରିଥିଲା ପୂର୍ତ୍ବିଭାଗ । ଏହି 900 ମିଟର ରାସ୍ତା ପାଇଁ 10 କୋଟି 77 ଲକ୍ଷ ଟଙ୍କା ବ୍ୟବରାଦ ଏହି ରାସ୍ତା ନିର୍ମାଣ ହୋଇଛି ।ଏଣିକି ଜୟଦେବ ବିହାର ରୁ ନନ୍ଦନକାନନ ରୋଡ ପର୍ଯ୍ୟନ୍ତ ଆଉ ଭିଡ଼ ରେ ରହିବା କୁ ପଡିବ ନାହିଁ ଲୋକଙ୍କୁ । ସରକାର ଙ୍କ 2 ବର୍ଷ ପୂର୍ତ୍ତି ଅବସରେ ଏହି ରାସ୍ତା ଉନ୍ମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ସୁଶାନ୍ତ ରାଉତ, ବାବୁ ସିଂ, ମେୟର ସୁଲୋଚନା ଦାସ,ସଞ୍ଜୟ ସିଂ ପୂର୍ତ୍ତ ବିଭାଗ ସଚିବ, ବିଏମସି କମିଶନର ଚଞ୍ଚଳ ରାଣା, ସିପି, ଡିସିପି ଓ ବରିଷ୍ଟ ଅଧିକାରୀ ଏବଂ ଜନସାଧାରଣ ଉପସ୍ତି ଅଛନ୍ତି।
ରିପୋର୍ଟ- ରାକେଶ ପଟ୍ଟନାୟକ


Spread the love

Leave a Reply

Your email address will not be published. Required fields are marked *