ଚାନ୍ଦବାଲିର ପ୍ରତିଷ୍ଠିତ ସମାଜସେବୀ ସତ୍ୟାନନ୍ଦ ରାଉତଙ୍କୁ ସମ୍ମାନିତ!

Spread the love

ଚାନ୍ଦବାଲିର ପ୍ରତିଷ୍ଠିତ ସମାଜସେବୀ ସତ୍ୟାନନ୍ଦ ରାଉତଙ୍କୁ ସମ୍ମାନିତ!

ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାନ୍ଦବାଲିର ଜଣାଶୁଣା ତଥା ପ୍ରତିଷ୍ଠିତ ସମାଜସେବୀ ସତ୍ୟାନନ୍ଦ ରାଉତଙ୍କୁ ସମ୍ମାନିତ କରାଯାଇଛି। ସାମାଜିକ ଅନୁଷ୍ଠାନ ‘ୟୁଥ୍ ଫୋର’ (Youth For) ର ଅଂଶବିଶେଷ ‘ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କ’ ପକ୍ଷରୁ ଆୟୋଜିତ ୧୧ତମ ବାର୍ଷିକ ଉତ୍ସବ ଅବସରରେ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

​ଶ୍ରୀ ସତ୍ୟାନନ୍ଦ ରାଉତ ଦୀର୍ଘ ଦିନ ଧରି ଚାନ୍ଦବାଲି ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ବିଶେଷ କରି ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ କରିବା ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବା ଭଳି ମହତ ମନୋଭାବ ନେଇ ସେ ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଏହି ନିସ୍ୱାର୍ଥପର ସେବା ଓ ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବକୁ ସମ୍ମାନ ଜଣାଇ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।


Spread the love

Leave a Reply

Your email address will not be published. Required fields are marked *