Spread the love

ମଚିଲିକା:- ଚିଲିକା ବ୍ଲକର ହାଟବରଡିହ ପଞ୍ଚାୟତ ଅଧୀନ ଗଇନଡା ସ୍ଥିତ ମାଁ ଦୁଆରଶୁଣୀ ମନ୍ଦିର ପ୍ରାଙ୍ଗଣରେ ଅଗ୍ରଣୀ ସାରସ୍ଵତ ଓ ସାହିତ୍ୟ ଅନୁଷ୍ଠାନ ” ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ”ର ୧୧ ତମ ସ୍ବ ନକ୍ଷତ୍ର ଦିବସ ପୂର୍ତ୍ତି ଅବସରରେ ଆୟୋଜିତ ଆମ ଗାଁ ରେ ମହୋତ୍ସବ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି। ନିଶିଗନ୍ଧା ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଡଃ ସୁରେନ୍ଦ୍ର ନାଥ ଦାଶ ଯୋଗଦେଇ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ,ରଜଦୋଳି ଲୋକାର୍ପଣ କରି ରଜ ପାନ ସହିତ ନିଜର ବକ୍ତବ୍ୟ ରଖିଵା ସହିତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ଙ୍କୁ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ପରେ ଅଧ୍ୟାପକ ଶ୍ରୀ ବିକ୍ରମ କେଶରୀ ଚମ୍ପତ୍ତି ଓ ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀଙ୍କ ଦ୍ବାରା ବେଦପାଠ ଓ ମଞ୍ଚ ପରିଚାଳନା ବାଲୁଗାଁ ସ୍ଥିତ ମା ଭଗବତୀ ନୃତ୍ୟ ଅନୁଷ୍ଠାନର ଅଧ୍ୟକ୍ଷା ବିଷ୍ଣୁପ୍ରିୟା ବାରିକ ବ୍ୟାଚ, ଉତ୍ତରୀୟ ଦେଇ ବରେଣ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀ, ସମ୍ମାନୀତ ଅତିଥି ଭାବେ ଯୁବ ସାମ୍ବାଦିକ ଶ୍ରୀ ରାକେଶ ସାହୁ ଓ ଶ୍ରୀ ସୂର୍ଯ୍ୟକାନ୍ତ ଦଳାଇ ବିଶେଷ ଅତିଥିବିକ୍ରମ କେଶରୀ ଚମ୍ପତ୍ତି ଅଧିବକ୍ତା ,ବାଣପୁର ସାହିତ୍ୟ ସିନ୍ଦୁରା ପାଠାଗାରର ଅଧ୍ୟକ୍ଷ ଗୋଲକ ବିହାରୀ ପରିଡ଼ା, କବି ରବୀନ୍ଦ୍ରନାଥ ମାନସିଂହ, ସମାଜସେବୀ ପ୍ରାକ୍ତନ ସେନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀଧର ପ୍ରଧାନ, ଗ୍ରାମମୁଖ୍ୟ ଭିକାରୀ ଚରଣ ସାହୁ ସଭାପତି ରୁପେ ମୁଖ୍ୟ ବକ୍ତା, ମୁଖ୍ୟ ଅତିଥି,ସମ୍ମାନିତ ଅତିଥିଙ୍କ ଚୟନ,ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ନିଶିଗନ୍ଧାର ବାର୍ଷିକ ମୁଖପତ୍ର ଓ ଲେଖିକା ସ°ହିତା ଜେନାଙ୍କ ଲିଖିତ ଭାବେ ମନ୍ଦାକିନୀ ଓ କଵିତା°ଜଳି ପୁସ୍ତକୁ ଉନ୍ମୋଚନ କରାଯାଇଥିଲା। ରଜ ମହୋତ୍ସବ ର ପ୍ରଥମ ଦିବସର ୨ୟ ଅଧିବେଶନ ରେ ରଜପାନ, ରଜଗୀତ, ରଜ ପିଠା ଓ ରଜ ଦୋଳି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷରେ ଆମନ୍ତ୍ରିତ କଳାକାର କଳିଙ୍ଗ ଭାରତୀ ଫୋକ ଡ଼୍ୟାନ୍ସ ଟ୍ରୁଫଙ୍କ ଦ୍ଵାରା ନୃତ୍ୟ ଓ ଆରାଧନା ଡ଼୍ୟାନ୍ସ ଏକାଡେମୀ ନୃତ୍ୟ ଓ ରୁମକୁଝୁମାନା , ସୁବର୍ଣ୍ଣପୁର ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ପରିବେଷଣ ହୋଇଥିଲା। ଅିବକ୍ତା ଶେଷଦେବ ମହାରଣା ମଞ୍ଚ ପରିଚାଳନା କରିଥିଲେ। ନିଶିଗନ୍ଧାର ସମସ୍ତ ସଭ୍ୟ ସଭ୍ୟା କାର୍ଯ୍ୟକ୍ରମ ସ°ପାଦନାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ। = ଖୋର୍ଦ୍ଧା ଜିଲ୍ଲା ରୁ ସୂର୍ଯ୍ୟକାନ୍ତ ଦଳାଇ


Spread the love

Leave a Reply

Your email address will not be published. Required fields are marked *