ଓଡ଼ିଶାର ହଜାର ହଜାର ପରିବାରଙ୍କ ମୁହଁରେ ହସ ଆଣିପାରିଛି।

Spread the love

ବିଶ୍ଵାସର ଦଶନ୍ଧି ପୂରଣ କଲା କାମ୍ପା ସୋଲାର ଭୁବନେଶ୍ବର: ଓଡ଼ିଶାର ପ୍ରତିଷ୍ଠିତ ସୌର ଶକ୍ତି ସଂସ୍ଥା ‘କାମ୍ପା ସୋଲାର’ ଆଜି ତା’ର ସଫଳତାର ୧୦ ବର୍ଷ ପୂରଣ କରିଛି। ଗତ ଏକ ଦଶନ୍ଧି ଧରି ସୌର ଶକ୍ତି କ୍ଷେତ୍ରରେ ନୂତନ ବିପ୍ଳବ ଆଣିଥିବା ଏହି ସଂସ୍ଥା ହଜାର ହଜାର ପରିବାର ଓ ଶିଳ୍ପାନୁଷ୍ଠାନକୁ ସୌର ଆଲୋକରେ ଆଲୋକିତ କରିଛି | ଗ୍ରାହକଙ୍କ ସନ୍ତୁଷ୍ଟି ଏବଂ ଉନ୍ନତମାନର ସେବାକୁ ପାଥେୟ କରି କାମ୍ପା ସୋଲାର ଆଜି ଏହି ସ୍ଥାନରେ ପହଞ୍ଚିଛି । ଏହି ଅବସରରେ ସଂସ୍ଥା ପକ୍ଷରୁ ସମସ୍ତ ଗ୍ରାହକ ଏବଂ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଯାଇଛି।

୨୦୧୬ ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ଓଡ଼ିଶାର ହଜାର ହଜାର ପରିବାରଙ୍କ ମୁହଁରେ ହସ ଆଣିପାରିଛି। ସ୍ୱଚ୍ଛ ଶକ୍ତି ମାଧ୍ୟମରେ ପ୍ରଦୂଷଣ ମୁକ୍ତ ପରିବେଶ ଗଠନ ସହ ବିଦ୍ୟୁତ୍ ବିଲ୍‌ରୁ ମୁକ୍ତି ଦେବା ଆମର ମୁଖ୍ୟ ଲକ୍ଷ୍ୟ ଆମ ଉପରେ ଭରସା ରଖୁଥ‌ିବା ସମସ୍ତ ଗ୍ରାହକ ଓ ଶୁଭେଟ୍‌ଛୁମାନଙ୍କୁ ଆମର ଅଜସ୍ର ଧନ୍ୟବାଦ।

ସୌର ଶକ୍ତିରେ ଓଡିଶା ସମେତ ଅନ୍ୟାନ୍ୟ ଅନେକ ରାଜ୍ୟଗୁଡ଼ିକୁ ଆଲୋକିତ କରୁଛି କାମ୍ପା ସୋଲାର ଦଶ ବର୍ଷର ପୂର୍ତି ଉପଲକ୍ଷେ ହୋଟେଲ ପ୍ରାଚୀ ଠାରେ ବଡ ଆଡମ୍ବର ରେ ସମସ୍ତ କର୍ମକର୍ତ୍ତାଙ୍କୁ ପୁରସ୍କାର ସହିତ ପ୍ରୋତ୍ସାହିତ କରିବା ସହ କାର ଏବଂ ବାଇକ ଉପହାର ଦିଆଯାଇଛି

ଆଜିର ଏହି କାର୍ଯ୍ୟକ୍ରମ ର ନେତୃତ୍ବ ନେଇଥିଲେ କାମ୍ପା ଇଚ୍ଛୁ ଏବଂ କାମ୍ପା ସୋଲାର ର ସଂସ୍ଥାପକ ଓ ନିର୍ଦେଶକ ଶ୍ରୀଯୁକ୍ତ ଜପବନ୍ଧୁ କମ୍ପ

ଏହି ଉତ୍ସବରେ ଅନେକ ଗଣମାନ୍ୟ ବ୍ୟକ୍ତି, କମ୍ପାନୀ ର ବିଭିନ୍ନ ରାଜ୍ୟ ଭିତରେ ଓ ରାଜ୍ୟ ବାହାରୁ ଶତାଧିକ ସମସ୍ତ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାନ୍ୟବର ବିଧାୟକ ମାନ୍ୟବର ବିଧାୟକ ବଲାଙ୍ଗୀର ଶ୍ରୀଯୁକ୍ତ କଳିକେଶ ସିଂ ଦେଓ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ବରିଷ୍ଠ ବିଜେପି ନେତା, ଡଃ ପ୍ରକାଶ ଶ୍ରୀ ଚନ୍ଦନ ଅଳ ଓଡିଶା ପାଇକ ମହାସଂଘ ସଭାପତି, ଶ୍ରୀଯୁକ୍ତ କମଲେଶ କୁମାର ସିଂ ନିର୍ଦେଶକ ସୂର୍ଯ୍ୟା ଗୃପ ଅଫ କମ୍ପେନିସ, ଶ୍ରୀଯୁକ୍ତ ବୃନ୍ଦାବନ ମାଝୀ ପୂର୍ବତନ ବିଧାୟକ କୁଚିଣ୍ଡା ଯୋଗ ଦେଇଥିଲେ।

ଗତ ବିଭିୟ ବର୍ଷରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ରେ ତିନି ମେଗାକିଲୋୱାଟ ର ଇବୁ,ଲେସନ ହେଇସାରିଛି ଏବଂ ୟୂ ଏଲ ଏ ଯୋଜନାରେ ଦେଢ଼ ମେଗାକିଲୋୱାଟ ର ଇ- ଲେସନ ହେଇସାରିଛି କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ସଫଳତା ପାଇଁ ସମସ୍ତ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ସେବା କୁ ଆହୁରି ବ୍ୟାପକ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି

ଏହି ଉତ୍ସବରେ କାମ୍ପା ସୋଲାର ଏକ ବଡ଼ ଘୋଷଣା ମଧ୍ଯ କରିଛି, ଲୋକପ୍ରିୟ ଓଲିଉଡ଼ ଅଭିନେତ୍ରୀ ପ୍ରିୟା ଚୌଧରୀ ଙ୍କୁ ନିଜର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତି କରିଛି, ଦଶବର୍ଷ ପୂର୍ତି ର ଏହି ଉତ୍ସବ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା


Spread the love

Leave a Reply

Your email address will not be published. Required fields are marked *