ବିପଦରେ ବୈତରଣୀ ସେତୁ: ଯେକୌଣସି ମୁହୂର୍ତ୍ତରେ ଘଟିପାରେ ବଡ଼ ଦୁର୍ଘଟଣା! ଚାନ୍ଦବାଲି/ରାଜକନିକା:
ଚାନ୍ଦବାଲି ଓ ରାଜକନିକାକୁ ସଂଯୋଗ କରୁଥିବା ବୈତରଣୀ ନଦୀ ଉପରେ ନିର୍ମିତ ସେତୁ ଏବେ ମରଣଯନ୍ତା ପାଲଟିଛି। ଦୀର୍ଘ ଦିନ ଧରି ରକ୍ଷଣାବେକ୍ଷଣ ଅଭାବରୁ ଏହି ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍ର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଏବେ ଭୟ ଓ ଆଶଙ୍କା ମଧ୍ୟରେ ଯାତାୟାତ କରୁଛନ୍ତି। ମୁଖ୍ୟ ସମସ୍ୟା ଥରୁଛି ପୋଲ ଭାରିଯାନ ଚଳାଚଳ ସମୟରେ ପୋଲଟି ଭୟଙ୍କର ଭାବେ ଥରୁଥିବା ଅଭିଯୋଗ ହେଉଛି। ବିଶେଷ କରି ବସ୍ କିମ୍ବା ଟ୍ରକ୍ ଯିବା ସମୟରେ ଯାତ୍ରୀମାନେ ଅସୁରକ୍ଷିତ ଭାବୁଛନ୍ତି। ଶୋଚନୀୟ ସ୍ଥିତି ପୋଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହ କଂକ୍ରିଟ୍ ଛାଡ଼ିବା ଆରମ୍ଭ କଲାଣି। କେତେକ ସ୍ଥାନରେ ଲୁହା ରଡ୍ ବାହାରି ପଡ଼ିଥିବା ମଧ୍ୟ ଦେଖିବାକୁ ମିଳୁଛି। ଅଣଦେଖା ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ବଦଳରେ କେବଳ ଉପର ଠାଉରିଆ ମରାମତି କରି କାମ ସାରିଦିଆଯାଉଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ଲୋକଙ୍କ ଆଶଙ୍କା କେତେବେଳେ ବ୍ରିଜ୍ ଗଳିପଡ଼ିବ ତାହାର କିଛି ଠିକଣା ନାହିଁ”—ଏହା କେବଳ ଜଣଙ୍କର ନୁହେଁ, ବରଂ ପ୍ରତିଦିନ ଏହି ବାଟ ଦେଇ ଯାଉଥିବା ହଜାର ହଜାର ଯାତ୍ରୀଙ୍କ ସ୍ୱର। ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଏହି ପ୍ରମୁଖ ଯୋଗାଯୋଗ ମାଧ୍ୟମ ବିଚ୍ଛିନ୍ନ ହେଲେ ଅଞ୍ଚଳର ବ୍ୟବସାୟ ଓ ପରିବହନ ସମ୍ପୂର୍ଣ୍ଣ ଠପ୍ ହୋଇଯିବାର ସମ୍ଭାବନା ରହିଛି। ପ୍ରଶାସନ ନିକଟରେ ଦାବି ସ୍ଥାନୀୟ ଜନସାଧାରଣ ଓ ସାମାଜିକ କର୍ମୀମାନେ ତୁରନ୍ତ ଏହି ସେତୁର ଉଚ୍ଚସ୍ତରୀୟ ଯାଞ୍ଚ ସହ ନୂତନ ସେତୁ ନିର୍ମାଣ କିମ୍ବା ଶକ୍ତିଶାଳୀ ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି। ଯଦି ସମୟ ଥାଉ ଅତି ସଜାଗ ନହୁଏ, ତେବେ ଭବିଷ୍ୟତରେ ଏକ ବଡ଼ ଧରଣର ଜୀବନହାନି ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ।















Leave a Reply