ଚାନ୍ଦବାଲି ଜଳ ସମ୍ପଦ ବିଭାଗରେ ପୁରୁଣା ଯନ୍ତ୍ରାଶ ସ୍ଥାନାନ୍ତର ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ l ଏସଡିଓ ଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ

Spread the love

ଚାନ୍ଦବାଲି : ଚାନ୍ଦବାଲି ବ୍ଲକରେ ଅବସ୍ଥାପିତ ଜଳ ସମ୍ପଦ ବିଭାଗରେ ଗଛିତ ଥିବା ଲକ୍ଷଲକ୍ଷ ଟଙ୍କାର ବହୁ ମୂଲ୍ୟବାନ ପୁରୁଣା ଲୁହା ଯନ୍ତ୍ରାସକୁ କବାଡି ଖାନାକୁ ସ୍ଥାନସନ୍ତ ଘଟଣାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ ହୋଇଛି l ଜଳ ସମ୍ପଦ ବିଭାଗ ରାଜ୍ୟ ଉପ ମୁଖ୍ୟଯନ୍ତ୍ରୀ ପ୍ରଣୟ ନାୟକ ଘଟଣା ସ୍ଥଳରେ ପହଂଚି କ୍ଷେତ୍ରୀୟ ତଦନ୍ତ କରିଛନ୍ତି l ଏହି ଘଟଣାରେ ବିଭାଗୀୟ ଏସଡିଓ ସରୋଜ ମଲ୍ଲିକ ତାଙ୍କ ବିନା ଅନୁମତିରେ କାର୍ଯ୍ୟାଳୟରୁ ଯନ୍ତ୍ରାଶ ସ୍ଥାନାନ୍ତର ହୋଇ ଥିବାରୁ ଏଥିନେଇ ସେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ତଦନ୍ତ ପରେ ସମ୍ପୂର୍ଣ ଘଟଣା ଉପରୁ ପଡଦା ଉଠିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି l


Spread the love

Leave a Reply

Your email address will not be published. Required fields are marked *