ଭଦ୍ରକର ଚାନ୍ଦବାଲି ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Spread the love

ଭଦ୍ରକ, ତା–୨୯/୦୬/୨୦୨୬: ଚାନ୍ଦବାଲି ବ୍ଳକ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୧୮୯ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୩୬ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୪୮ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରଶ ଅଧିନସ୍ଥ ୫ଟି ଅଭିଯୋଗ ରହିଥିଲା।

ଶୁଣାଣି ସମୟରେ ୧୧ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିବାବେଳେ ଜିଲ୍ଲା ରେଡକ୍ରସ ପାଣ୍ଠି ମାଧ୍ୟମରେ ୫ଜଣ ଅଭିଯୋଗକାରୀଙ୍କୁ ମୋଟ ୨୪,୦୦୦/- ଟଙ୍କା ମଞ୍ଜୁର କରାଯାଇଛି।

ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜ଼ିଲ୍ଲାପାଳ ସରୋଜ ଦତ୍ତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ , ଜ଼ିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ , ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ ।


Spread the love

Leave a Reply

Your email address will not be published. Required fields are marked *