ବିଜେପି ଯୁବ ନେତା ସୌମ୍ୟ ରଞ୍ଜନଙ୍କୁ ଭୁବନେଶ୍ୱର ମହାନଗର ନିଗମ ସେଲ୍ ସଂଯୋଜକ ନିଯୁକ୍ତ ।

Spread the love

ବିଜେପି ଯୁବ ନେତା ସୌମ୍ୟ ରଞ୍ଜନଙ୍କୁ ଭୁବନେଶ୍ୱର ମହାନଗର ନିଗମ ସେଲ୍ ସଂଯୋଜକ ନିଯୁକ୍ତ ।

 

 

ଭୁବନେଶର ୨୬/୯ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ଜିଲ୍ଲା ସଂଗଠନକୁ ସୁଦୃଢ଼ ପାଇଁ ୧୨ ଜଣଙ୍କୁ ସେଲ୍ ସଂଯୋଜକ ନିଯୁକ୍ତ କରିଛି । ଏହି ତାଲିକା ରେ ଭୁବନେଶ୍ୱେର ଉତ୍ତର ନିର୍ବାଚନ ମଣ୍ଡଳୀରୁ ଯୁବ ବିଜେପି ନେତା ସୌମ୍ୟ ରଞ୍ଜନ ଜେନା ଙ୍କୁ ମହାନଗର ନିଗମ ର ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି । ଗତ ୨୫ ତାରିଖ ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ଙ୍କ ସମ୍ମତି କ୍ରମେ ଓ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପ୍ରଭାରୀ ସରୋଜ କରଙ୍କ ଅନୁମୋଦନ କ୍ରମେ ଏହି ତାଲିକା ରେ ୧୨ ଜଣଙ୍କୁ ନିଯୁକ୍ତ ମିଳିଛି ।ଏହି ତାଲିକା ରେ ଭୁବନେଶ୍ୱର ଉତ୍ତର ,ମଧ୍ୟ ,ଏକାମ୍ର ଓ ଜୟଦେବ ନିର୍ବାଚନ ମଣ୍ଡଳୀ ରୁ ବିଭିନ୍ନ ସେଲ୍ ପାଇଁ ବିଜେପି ଯୁବ ନେତାଙ୍କୁ ନିଯୁକ୍ତ ମିଳିଛି । ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଙ୍କ ସ୍ୱାକ୍ଷରିତ ପତ୍ର ରେ ଏହି ନାମ କୁ ଅନୁମୋଦନ ମିଳିଛି । ତେବେ ମହାନଗର ସେଲ୍ ସଂଯୋଜକ ଭାବେ ସୌମ୍ୟ ରଞ୍ଜନ ଜେନା ଙ୍କୁ ନିଯୁକ୍ତ ମିଳିଥିବାରୁ ସେ ରାଜ୍ୟ ସଭାପତି ମନମୋହନ ସାମଲ , ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ,ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର , ବରିଷ୍ଠ ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଏହି ଦାୟୀତ୍ୱ ମିଳିବା ପରେ ସେ ମହାନଗର ନିଗମ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ଆଗାମୀ ଦିନରେ ବିଜେପି ସଂଗଠନ କୁ ସୁଦୃଢ଼ କରିବେ ବୋଲି ସେ ପ୍ରତିଶ୍ରୁତି ବଦ୍ଧ ବୋଲି ସୂଚନା ଦେଇ କହିଛନ୍ତି ।


Spread the love

Leave a Reply

Your email address will not be published. Required fields are marked *