ବିଜେଡିର ବିଶାଳ ଚାଷୀ ସୁରକ୍ଷା ସମାବେଶ

Spread the love

ଭୁବନେଶ୍ୱର, ୨୪/୦୨/୨୦୨୬: ରାଜ୍ୟରେ ଧାନ ସଂଗ୍ରହକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଏକ ବିଶାଳ ବିକ୍ଷୋଭ ଆୟୋଜନ କରି ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କର୍ମୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଦଳର ସମସ୍ତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଖାଣିଥିଲେ । 

ଏହି କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଚଳିତ ବର୍ଷ ଧାନ ସଂଗ୍ରହ ବ୍ୟବସ୍ଥିତ ହୋଇପାରି ନଥିବାରୁ ରାଜ୍ୟର କୃଷକ ମାନେ ବିଭିନ୍ନ ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପଞ୍ଜିକରଣରେ ଜଟିଳ ବ୍ୟବସ୍ଥା, ଟୋକନ ମିଳିବା ନେଇ ଅବ୍ୟବସ୍ଥା, ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ୱ, ମଣ୍ଡିରେ ଧାନ ଉଠିବାରେ ଅହେତୁକ ବିଳମ୍ୱ, କଟନୀ ଛଟନିରେ ସାତ ରୁ ଦଶ କିଲୋ ପ୍ରତି କୁଇଣ୍ଟାଲ ଧାନ କାଟିବା ଇତ୍ୟାଦି ଦ୍ୱାରା ରାଜ୍ୟର କୃଷକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରଙ୍କ କୃଷକ ମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ, ବିଜୁ ଜନତା ଦଳ ଫେବୃଆରୀ ୨ ତାରିଖରୁ ରାଜ୍ୟର ପ୍ରତିଟି ଜିଲ୍ଲାରେ ଆନେ୍ଦାଳନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଆଜି ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଏକ ରାଜ୍ୟସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ନିର୍ବାଚନ ମଣ୍ଡଳୀରୁ ୨୫ ହଜାରରୁ ଉଦ୍ଧ୍ୱର୍ କୃଷକମାନେ ଓ ବିଜେଡି କର୍ମୀମାନେ ଯୋଗ ଦେଇଥିଲେ ।

ବିଜେଡିର ଏହି ବିଶାଳ ଚାଷୀ ସୁରକ୍ଷା ସମାବେଶରେ ଦଳର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର, ସଂତୃପ୍ତ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ରଶେଖର ସାହୁ, ସଞ୍ଜୟ ଦାସ ବର୍ମା, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ନିରଂଜନ ପୂଜାରୀ, ଅଶୋକ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ଟୁକୁନି ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ସୁବାଷ ସିଂ, ଗଣେଶ୍ୱର ବେହେରା, ଡ. ସସ୍ମିତ ପାତ୍ର, ସୁବାଶିଷ ଖୁଣ୍ଟିଆ, ମୁଜିବୁଲ୍ଲା ଖାନ୍, ସୁଲତା ଦେଓ, ସ୍ନେହାଙ୍ଗୀନି ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ବିଜୟ ନାୟକ, ଡ. ଲେନିନ୍ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ସର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ପ୍ରୀତିରଂଜନ ଘଢେଇ, ପ୍ରଣବ ବଳବନ୍ତରାୟ, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ବ୍ୟୋମକେଶ ରାୟ, ଧ୍ରୁବ ସାହୁ, ଦେବୀ ରଂଜନ ତ୍ରିପାଠୀ, ସାରଦା ପ୍ରସନ୍ନ ଜେନା, ଗୌତମବୁଦ୍ଧ ଦାସ, ବ୍ରଜକିଶୋର ପ୍ରଧାନ, ବିଶ୍ୱ ମଲ୍ଲିକ, ରୂପେଶ ପାଣିଗ୍ରାହୀ, ନଳୀନକାନ୍ତ ପ୍ରଧାନ, ରୋମାଞ୍ଚ ରଂଜନ ବିଶ୍ୱାଳ, ସୌଭିକ ବିଶ୍ୱାଳ, ନବକିଶୋର ମଲ୍ଲିକ, ରମାକାନ୍ତ ଭୋଇ, ମାଧବ ଧଡ଼ା, ପ୍ରଶାନ୍ତ ବେହେରା, ସଂଜୀବ ମଲ୍ଲିକ, ମନୋରମା ମହାନ୍ତି, ସୁବାସିନୀ ଜେନା, ତୁଷାରକାନ୍ତି ବେହେରା, ସୁଜାତା ସାହୁ, ପ୍ରଦୀପ ସାହୁ, ଯୋଗେଶ ସିଂ, ଲେଖାଶ୍ରୀ ସାମନ୍ତସିଂହାର, ଭ୍ରୁଗୁ ବକ୍ସିପାତ୍ର, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଅଂଶୁମାନ ମହାନ୍ତି, ଅଶ୍ୱିନ ପାତ୍ର, ମିରା ପରିଡା, ମହେଶ ସାହୁ, ପଦ୍ମନାଭ ବେହେରା, ରୀତା ସାହୁ, ଶ୍ରୀନାଥ ସୋରେନ୍, ଦେବାଶିଷ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ସୁମିତ୍ରା ଜେନା, ବାସନ୍ତୀ ହେମ୍ବ୍ରମ, ରଂଜିତା ସାହୁ, ପ୍ରଫୁଲ୍ଲ ସିଂ, ମାନସ ମାଡକାମି, ରବି ନନ୍ଦ, ସାନନ୍ଦ ମାରାଣ୍ଡି, ଦେବାଶିଷ ମାରାଣ୍ଡି, ଗଣେଶ୍ୱର ପାତ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ୱରୁପ ଦାସ, ସୁଧାଂଶୁ ଶେଖର ପରିଡା, ଅବନୀ ରଂଜନ ଜୋଷୀ, ଅଳକା ମହାନ୍ତି, ଆୟୁବ ଖାନ, ସରୋଜ ମେହେର, ମହିଧର ରଣା, ରଜନୀକାନ୍ତି ସିଂ, ମୁକେଶ ପାଲ, ସୁଶାନ୍ତ କୁମାର ବେହେରା, ଅବିନାଶ ସାମଲ, ସନ୍ଦିପ ଷଡଙ୍ଗୀ, ସୁଧିର କୁମାର ସାମଲ, ଡ. ନୃସିଂହ ସାହୁ, ବବିତା ପ୍ରଧାନ, ଅର୍ଚ୍ଚନା ପୁହାଣ, ମଂଜୁଳା ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରୀକାନ୍ତ ସାହୁ, ସୂର୍ଯ୍ୟମଣି ବୈଦ୍ୟ, ବିପ୍ଲବ ପାତ୍ର, ଲତିକା ପ୍ରଧାନ, ଭଗବାନ ଗନ୍ତାୟତ, ଦେବାନନ୍ଦ ମହାପାତ୍ର ଓ ସଂଘମିତ୍ରା ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ



Spread the love

Leave a Reply

Your email address will not be published. Required fields are marked *