ଭୁବେନେଶ୍ୱର ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ିର ଆଶଙ୍କା; ଆଗାମୀ ୩ ଦିନ ପାଇଁ ସତର୍କ ସୂଚନା ଜାରି
ଭୁବେନେଶ୍ୱର:
ରାଜଧାନୀ ଭୁବେନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ପାଣିପାଗର ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହି ପ୍ରବଳ ରୁ ପ୍ରବଳ ବର୍ଷା ଏବଂ ବଜ୍ରପାତ (ଘଡ଼ଘଡ଼ି) ଜାରି ରହିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ପରିବର୍ତ୍ତନ ଯୋଗୁଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବିଶେଷ କରି ଘଡ଼ଘଡ଼ି ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ବାହାରକୁ ନବାହାରିବାକୁ କୁହାଯାଇଛି।
ଏହି ସ୍ଥିତିକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ମଧ୍ୟ ସଜାଗ ରହିଛି। ସହରର ତଳିଆ ଅଞ୍ଚଳରେ ଯେପରି ଜଳବନ୍ଦୀ ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଉଛି।
ରିପୋର୍ଟ: ରାକେଶ ପଟ୍ଟନାୟକ
ଭୁବେନେଶ୍ୱର





Leave a Reply