ରାଜଧାନୀରେ ପ୍ରବଳ ବର୍ଷା। ଗୋଟି ଆସିଲା ଘନ ଅନ୍ଧକାର,ଅପରାହ୍ନ ୫ ଟାରୁ ସନ୍ଧ୍ୟା ୭ ଟା ର ଭ୍ରମ ସୃଷ୍ଟି।

Spread the love

ଭୁବନେଶ୍ୱର: ମୌସୁମୀର ଆଗମନ ସହିତ ଆଜି ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଯାଇଛି। ଅପରାହ୍ନ ୫ଟା ସମୟରେ ଆକାଶରେ ହଠାତ୍ ଘନ ଅନ୍ଧକାର ଖେଳିଯାଇଥିଲା, ଯାହା ଦ୍ୱାରା ଦିନବେଳା ସନ୍ଧ୍ୟା ୭ଟାର ଭ୍ରମ ସୃଷ୍ଟି ହୋଇଥିଲା। ବର୍ଷାର ପ୍ରଭାବରେ ସହରର ବିଭିନ୍ନ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି। ହଠାତ୍ ଘୋଟି ଆସିଥିବା ଏହି ଅନ୍ଧକାର ଓ ବର୍ଷା ଯୋଗୁଁ ରାସ୍ତାଘାଟରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ମୌସୁମୀର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି। ଅଚାନକ ହୋଇଥିବା ଏହି ବର୍ଷା ଗୁଳୁଗୁଳିରୁ ସାମୟିକ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ସହରବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
​ରିପୋର୍ଟ: ରାକେଶ ପଟ୍ଟନାୟକ


Spread the love

Leave a Reply

Your email address will not be published. Required fields are marked *