ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ରେ ଆର୍ଟ ଅଫ ଗିଭିଙ୍ଗ ର 13 ତମ ସଂସ୍କରଣ ଅବସରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶାର ବିଶିଷ୍ଟ ସମାଜସେବୀ ଡ଼ଃ ଅଚ୍ୟୁତ ସାମନ୍ତଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜସେବାରେ ନିଜକୁ ନିୟୋଜିତ କରିଥିବା ସମାଜସେବୀ ସତ୍ୟାନନ୍ଦ ରାଉତଙ୍କ ନେତୃତ୍ୱରେ ନାଲଗୁଣ୍ଡା ପଞ୍ଚାୟତ ସହ ନାଲଗୁଣ୍ଡା ମୁଖ୍ୟ ରାସ୍ତା ଉଭୟ ପାର୍ଶ୍ୱରେ ଶହେ ରୁ ଉର୍ଧ୍ଵ ବୃକ୍ଷ ରୋପଣ କରାଯାଇଛି l ଏହି ଅବସରରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା l ନାଲଗୁଣ୍ଡା ସରପଞ୍ଚ ଭାରତୀ ବିଶ୍ୱାଳ, ଯଶିପୁର ପଞ୍ଚାୟତ ସରପଞ୍ଚ ପ୍ରମିଳା ମାଝୀ, ଦୈତାରୀ ଦାସ ଙ୍କ ସମେତ ବହୁ ସମାଜସେବୀ, ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଛନ୍ତି ସେହିପରି ଘଣ୍ଟେଶ୍ୱର ନଚିବନ୍ଧାରେ ଥିବା ଗ୍ରୀନ ଆର୍ମି ସ୍ଵେଛାସେବି ସଂଗଠନ ପକ୍ଷ୍ୟ ରୁ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟ କର୍ମ ଆଜକୁ ତିନି ଦିନ ଧରି ବିଭିନ୍ନ ରାସ୍ତା ପାର୍ଶ୍ୱ ସଫା କରିବା ଘଣ୍ଟେଶ୍ୱର କଲେଜେ ନିକଟରେ ଗଛ ଲଗାଇ ଵା ଭଳି କାର୍ଯ୍ୟ କର୍ମ ମଧ୍ୟ କରି ଥିବା ଦେଖିବାକୁ ମିଳି ଥିଲା ତେବେ ଯେଉଁଭଳି ଭାବେ ଗରମ ଗୁଳୁଗୁଳି ବୃଦ୍ଧି ପାଉଛି ସେଥିରୁ ରକ୍ଷା ପାଇବା ପାଇଁ ସମସ୍ତେ ଗଛ ଲଗାଇବା ଆବଶ୍ୟକ ଏବଂ ଆଗକୁ ପ୍ରାୟ 20 ହଜାର ରୁ ଉର୍ଧ୍ଵ ଗଛ ଲଗାଇବା ଯୋଜନା ରହିଥିବା ସମାଜସେବୀ ସତ୍ୟାନନ୍ଦ ରାଉତ ପ୍ରକାଶ କରିଛନ୍ତି l
ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟ କର୍ମ















Leave a Reply