ସ୍ଥାନୀୟ ଅଞ୍ଚଳରେ ଶିବ ବିବାହ ଉତ୍ସବ ଧୁମଧାମରେ ପାଳିତ ହୋଇଛି। ଭକ୍ତମାନଙ୍କ ଉପସ୍ଥିତିରେ ଶିବ ଓ ମା’ ପାର୍ବତୀଙ୍କ ବିବାହ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ଢୋଲ, ମହୁରୀ ଓ ହରିବୋଲ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଶିବଙ୍କ ବରଯାତ୍ରୀ ବେଶରେ ଯୁବକମାନେ ଏବଂ ପାର୍ବତୀଙ୍କ ସଖୀ ବେଶରେ ଯୁବତୀମାନେ ଯୋଗଦେଇ ଉତ୍ସବକୁ ଆକର୍ଷଣୀୟ କରିଥିଲେ।
ପୂଜକଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପରେ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଶିବ ବିବାହ ଉତ୍ସବକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସିଥିଲେ।
ସ୍ଥାନୀୟ କମିଟି ପକ୍ଷରୁ ଉତ୍ସବର ସଫଳ ଆୟୋଜନ କରାଯାଇଥିବାବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ।
ରିପୋର୍ଟ -ରାକେଶ ପଟ୍ଟନାୟକ







Leave a Reply