ଭୁବନେଶ୍ୱର, ୦୧।୦୩।୨୦୨୬ : ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS ପରିବାରର ସଦସ୍ୟ ଏବଂ ସଦସ୍ୟା ମାନେ ନିଜର ମତ୍ତ ଦାନ କରି, ନୂତନ ଭାବେ ସଭାପତି ହିସାବରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଶ୍ରୀଧର ମାର୍ଥା ଙ୍କୁ ନିର୍ବାଚିତ କରିଛନ୍ତି । ସେହିପରି ଭାବେ ଅଭିନେତା ଏବଂ ରାଜନୀତିଜ୍ଞ ଶ୍ରୀ ପ୍ରଶାନ୍ତ କୁମାର ଶଢ଼ଙ୍ଗି ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ମୃତ୍ୟୁଞ୍ଜୟ ପଣ୍ଡା (ବୁଲୁ ପଣ୍ଡା), ଯୁଗ୍ମ ସମ୍ପାଦକ ଭାବେ ବରଦା ପ୍ରସନ୍ନ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ମୃଣ୍ମୟ ନାୟକ ବିଜୟ ହୋଇଛନ୍ତି। ରବିବାର ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକ ନିକଟସ୍ଥ ବୁଲନ୍ ଭାଇ ସେବା ସଦନରେ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ କରାଯାଇଥିଲା । ଏଥିରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରଣବ ଦାସ, ସମାଜସେବୀ ତଥା ନାଟ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବାପୁ ଓଝା, ବରିଷ୍ଠ ଅଭିନେତା ଶ୍ରୀ ପ୍ରମୋଦ ରାଉତ, ସାମ୍ବାଦିକ ତଥା ଅଭିନେତା ବୁଲନ୍ ଭାଇ ଏଥରେ ନିର୍ବାଚନ ଅଧିକାରୀ ଭାବରେ ଯୋଗ ଦେଇଥିଲେ । ସଂଗଠନର ବହୁ ସଦସ୍ୟ ଓ ସଦସ୍ୟା ଭୋଟ ଗ୍ରହଣରେ ଭାଗ ନେଇଥିଲେ । ଶେଷରେ ନବ ନିର୍ବାଚିତ ପାର୍ଥୀ ମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଆ କଳାକାରମାନଙ୍କ ଯେଉଁ ସବୁ ସମସ୍ୟା ରହିଛି, ଆଗାମୀ ଦିନରେ ସମାଧାନ କରିବାକୁ ଚେଷ୍ଟା କରିବେ, ଓ ସରକାରଙ୍କ ସହ ସମନ୍ବୟ ରଖ୍ କେଉଁ କେଉଁ ସବୁ ସୁବିଧା କଳାକାରଙ୍କୁ ମିଳିପାରିବ ସେ ସବୁ ପ୍ରତି ଯତ୍ନବାନ ହେବେ















Leave a Reply