କିଟ ଫ୍ୟାଶନ୍ ଟେକ୍ନୋଲୋଜି ସ୍କୁଲ ଫ୍ୟାଶନ୍ ଶୋ କୀର୍ତ୍ତି କଳ୍ପନା ୨୦୨୬ ଅନୁଷ୍ଠିତ

Spread the love

 

ଭୁବନେଶ୍ୱର, ୧୬ ।୪: କିଟ ଫ୍ୟାଶନ୍ ଟେକ୍ନୋଲୋଜି ସ୍କୁଲର ଫ୍ୟାଶନ୍ ଶୋ କୀର୍ତ୍ତି କଳ୍ପନାର ୧୪ତମ ସଂସ୍କରଣ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଭୁବନେଶ୍ୱର ପୂର୍ବ ଭାରତରେ ଏକ ପ୍ରମୁଖ ଫ୍ୟାଶନ୍ ହବରେ ପରିଣତ ହେବାକୁ ଯାଉଛି । ସେ କିଟ ବିଶ୍ୱବିଦ୍ୟାଳୟରେ ଫେମିନା ମିସ ଇଣ୍ଡିଆ ଭଳି ପ୍ରତିଷ୍ଠିତ ସୁନ୍ଦରୀ ହେଉଥିବାରୁ ଏଥିପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ । ଏହି ଫ୍ୟାଶନ୍ ଶୋ କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରିଥିଲେ ।

 

ଏହି କାର୍ଯ୍ୟକ୍ରମରେ ମିସ୍ ଇଣ୍ଡିଆ ସଂଗଠନର ଜାତୀୟ ନିର୍ଦ୍ଦେଶକ, ବ୍ରାଣ୍ଡ ଏବଂ ଅପରେସନ୍ସ ମୁଖ୍ୟ ନତାଶା ଗ୍ରୋଭର, ଦିଲ୍ଲୀର ବିଶିଷ୍ଟ ଫ୍ୟାଶନ୍ ଡିଜାଇନ ଅନୁଜ ଦୁର୍ଗା ଶର୍ମା, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ.ଡି., କୁଳ ସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଫ୍ୟାଶନ୍ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସ୍କୁଲର ଡିନ ଡ ରାଜୀବ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଫେସର ବାଉରୀ ରାଉଲା ଧନ୍ୟବାଦ ଅର୍ପଣ କରିଥିଲେ ।

 

ଏହି ଅବସରରେ ଅତିଥି, ଜୁରି ସଦସ୍ୟ ଏବଂ କୃତୀ ଛାତ୍ରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ପରେ ଇଭେଣ୍ଟ ବ୍ରୋସର ଉନ୍ମୋଚନ କରାଯାଇଥିଲା । ଶୋ ସେଗମେଣ୍ଟଗୁଡ଼ିକ ସ୍ନାତକ ଛାତ୍ରଛାତ୍ରୀଙ୍କ ଦ୍ୱାରା ସର୍ଜନଶୀଳ ସଂଗ୍ରହ ପ୍ରଦର୍ଶିତ କରିଥିଲା, ଯାହା ନବସର୍ଜନା, କାରିଗରୀ ଏବଂ ସମସାମୟିକ ଡିଜାଇନ୍ ସମ୍ବେଦନଶୀଳତାକୁ ପ୍ରତିଫଳିତ କରିଥିଲା।


Spread the love

Leave a Reply

Your email address will not be published. Required fields are marked *