ଶାନ୍ତି ହିଁ ଧରିତ୍ରୀର ସୁରକ୍ଷା କବଚ”
ସମଗ୍ର ବିଶ୍ଵ ୧୯୭୦ ମସିହାରୁ ‘ବିଶ୍ଵ ପୃଥିବୀ ଦିବସ’ ପାଳନ କରିଆସୁଛି। ବାସ୍ତବରେ ପୃଥିବୀ ଆମର ମା’। ଗୋଟିଏ ସୁସ୍ଥ ପୃଥିବୀ ସୁସ୍ଥ ଜୀବନ ଯାପନ କରିବାରେ ସହଯୋଗ ସୃଷ୍ଟି କରିଥାଏ। ତେଣୁ ଆଜିର ଦିବସ ଅନୁଚିନ୍ତନର ଦିବସ ଆମେ ବଞ୍ଚିବା ପାଇଁ ପୃଥିବୀଠାରୁ ସମସ୍ତ ଦ୍ରବ୍ୟ ପାଇ ପାରୁଥିଲା ବେଳେ ପୃଥିବୀକୁ କେତେ ସୁରଖିତ ରଖିଛେ ?
ଦିନକୁ ଦିନ ବଢ଼ିଚାଲିଛି ପୃଥିବୀର ଜନସଂଖ୍ୟା, ଗାଡ଼ିମଟର, କଳକାରଖାନା ତଥା ଜୀବନକୁ ସୌଖିନ ଓ ପ୍ରାଚୁର୍ଯ୍ୟମୟ କରିବା ପାଇଁ ବିଜ୍ଞାନର ନୂଆ ନୂଆ ଆବିଷ୍କାରଜନିତ ସାମଗ୍ରୀ । କିନ୍ତୁ ସେହି ଅନୁସାରେ ଗଛ ଲଗା ଯାଉଛି କି? ପରିବେଶରେ ସନ୍ତୁଳନ ରକ୍ଷା ପାଇଁ ଜଙ୍ଗଲ କ୍ଷୟ, ଖଣି ଖାଦନ ଖନନ, ପାହାଡ଼ ବ୍ଲାଷ୍ଟିଙ୍ଗ ଯୋଗୁଁ ପ୍ରକୃତିର ଅସନ୍ତୁଳନ ପାଇଁ ଚିନ୍ତା ନକରି ଆମେ ପ୍ରକୃତି ଉପରେ ଅତ୍ୟାଚାର କରି ଚାଲିଛେ । ଯାହାର ପ୍ରଭାବ ଏବେ ଆମେ ଅନୁଭବ କଲେଣି ଗ୍ଲୋବାଲ ୱାମିଂ, କ୍ଲାଇମେଟ୍ ଚେଞ୍ଜ, ପରିବେଶ ପ୍ରଦୂଷଣ ଯୋଗୁଁ ପାଣିପାଗରେ ପରିବର୍ତ୍ତନ ଘଟି ମହାବାତ୍ୟା, ବାତ୍ୟା, ଫନି, ଫାଇଲିନ୍, ଆଦି ସାମୁଦ୍ରିକ ଝଡ଼ ଆସି ଆମ ଧନ ଜୀବନ ବିପର୍ଯ୍ୟସ୍ତ କରି ପକାଉଛି।
ଏବେ କରୋନା ପରବର୍ତ୍ତୀ ପୃଥିବୀ ସମ୍ପର୍କରେ ଚିନ୍ତା କରିବାର ସମୟ ଆସିଛି । ଯୁଦ୍ଧ ହେବା ଫଳରେ ପୃଥିବୀ ବହୁତ ଅଣନିଃଶ୍ବାସୀ ହୋଇ ପଢ଼ିଛି ଟିକେ ନିଶ୍ବାସ ମାରିବା ବେଳକୁ ଯଦି ପୃଥିବୀର ଅବସ୍ଥା ସୁରକ୍ଷିତ ନଥିବ, ସେ ଆଉ ଏକ ପ୍ରଳୟ ମୁହଁକୁ ଆପେ ଚାଲି ଯିବନି କି? ଏଥିପାଇଁ ବିଶ୍ୱମାନବ କେତେ ଚିନ୍ତା କରୁଛି, ତାହା ତର୍ଜମାର ବିଷୟା କାରଣ ଆମେରିକାର ଏକ ‘ଜୁ’ରେ ବାଘଟିଏ କରୋନାରେ ସଂକ୍ରମିତ ଏହା ଯଦି ଗୋଟେ ପଶୁରୁ ଆଉ ଗୋଟେ ପଶୁ, ପକ୍ଷୀ, ଜଙ୍ଗଲରୁ ଜଙ୍ଗଲକୁ ବ୍ୟାପେ, ଯଦି ପଶୁ ପକ୍ଷୀମାନଙ୍କୁ ମହାମାରୀ ହୁଏ, ଜଙ୍ଗଲ କ୍ଷୟ ହୁଏ, ତେବେ ଆମକୁ ଆକ୍ରାନ୍ତ କରିବେ ସେହି ରାକ୍ଷାସ ପାସମାନେ, ରିବର୍ତ୍ତନ ଯେଉଁମାନେ ଜଳବାୟୁ ପରି ଯୋଗୁଁ, ଫନି, ଫାଇଲିନ୍ ଆଦି ରୂପରେ ଆସୁଛନ୍ତି
ତେଣୁ ଆଜିର ଦିବସ ଏକ ଅତ୍ମଚିନ୍ତ ଚିନ୍ତନର ଦିନ ହେଉ ଜୀବଜନ୍ତୁ ସୁରକ୍ଷା ସହ ବ୍ୟାପକ ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା ସହ ଖଣି ଖାଦନ ଓ ପାହାଡ଼ ହାଡ଼ ବ୍ଲାଣ୍ଟିଂରେ ରୋକ୍ ଲଗାଯାଉ। ଯାହା ପରିବେଶରେ ସନ୍ତୁଳନ ରକ୍ଷା କରିବ, ଆମର ସବୁଜ ପୃଥିବୀ ଧ୍ବଂସ ହେବନି। ଆମର ପୂର୍ବସୂରୀମାନେ ଆମ ପାଇଁ ଯେମିତି ଏକ ସବୁଜ ସୁନ୍ଦର ପୃଥିବୀଟିଏ ଛାଡ଼ିଦେଇ ଯାଇଥିଲେ, ଆମେମାନେ ଅନୁରୂପ ପୃଥିବୀଟିଏ ଛାଡ଼ି ଦେଇଯିବା ଆମର ଭବିଷ୍ୟତ ବଂଶଧରମାନଙ୍କ ପାଇଁ
ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ, ଖୋର୍ଦ୍ଧା
ମୋ: ୯୪୩୭୨୮୭୮୦୬















Leave a Reply