ଭଦ୍ରକ, ୦୭/୦୭: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ବନ୍ଦଲୋ ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ, ଭଣ୍ଡାରିପୋଖରୀ, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମୋନାଲିସା ପଣ୍ଡା, ଇନ୍ସପେକ୍ଟର ବନ୍ଦନା ଦେବୀ, ଭଦ୍ରକ ଜିଲ୍ଲା ଏଫ୍ ଏଲ୍ ସି ଅଶ୍ବିନୀ କୁମାର ନାୟକ, ପୁର୍ବତନ ଜିଲ୍ଲା ସଞ୍ଚୟ ଅଧିକାରୀ ପଦ୍ମନ୍ କୁମାର ରାୟ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ମ୍ୟାନେଜର ସୌମ୍ୟଦର୍ଷୀ ପରିଜା, ବନ୍ଦାଲୋ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମହୋଦୟା, ପେଇଓ ମହୋଦୟ, ଏପିଓ ଯୋଗ ଦେଇଥିଲେ।
ଏହି ସଭାରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସଭା ପରିଚାଳିତ କରିଥିଲେ ଓ ସଭାରେ ଯୋଗଦେଇଥିବା ବ୍ୟକ୍ତି ମାନଙ୍କୁ ସଂଚୟର ମହତ୍ତ୍ଵ ଜଣାଇବା ସହ ଆର୍ଥିକ ସକ୍ଷାରତା ମାଧ୍ୟମରେ ସମାଜ ଗଢ଼ିବା ପାଇଁ ଅନୁପ୍ରାଣିତ କରିଥିଲେ।ଇନ୍ସପେକ୍ଟର ବନ୍ଦନା ଦେବୀ ସଭାରେ ଯୋଗଦେଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡି କର୍ମୀ ଓ ବରିଷ୍ଠ ନାଗରିକ ମାନଙ୍କୁ ସାଇବର ଅପରାଧୀ ମାନଙ୍କ ଶିକାରରୁ ବଞ୍ଚିବାର ଉପାୟମାନ ବୁଝାଇଥିଲେ। ଏଫ୍ ଏଲ ସି ଓ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ମ୍ୟାନେଜର୍ ବ୍ୟାଙ୍କ୍ ରେ ଉପଲବ୍ଧ ଥିବା ସମସ୍ତ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ଡାକ ବିଭାଗର ଅଧିକାରୀ ଡାକଘରେ ଉପଲବ୍ଧ ସମସ୍ତ ସଞ୍ଚୟ ଯୋଜନା ଗୁଡିକ ସମ୍ବଧରେ ଜଣାଇଥିଲେ ଓ ସଭାରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କୁ ସଞ୍ଚୟ ପାଇଁ ଅନୁପ୍ରାଣିତ କରିଥିଲେ , ପଦ୍ମନ ରାୟ ଚିଟ୍ ଫଣ୍ଡ ଠକେଇ ଶିକାର ନହେବାକୁ ପରାମର୍ଶ ଦେଇଥିଲେ।
ଏହି ସଭାରେ ମୋଟ ୧୨୦ ଜଣ ଗ୍ରାମବାସୀ ଯୋଗଦେଇଥିଲେ। ଏହି ସଭାରେ ଶିଖିଥିବା ତଥ୍ୟ ରେ ଅନୁପ୍ରାଣିତ ହେବା ପାଇଁ ଅଥିତିମାନେ ବ୍ୟକ୍ତିବିଶେଷ ମାନଙ୍କୁ ଅନୁରୋଧ କରିଥିଲେ ଓ ନିଜ ପରିବାର ଲୋକଙ୍କୁ ମଧ୍ୟରେ ସଞ୍ଚୟ ଯୋଜନା, ଆର୍ଥିକ ସାକ୍ଷରତା ଓ ସାଇବର ସଚେତନତା ସମ୍ପର୍କରେ ସଚେତନ କରିବା ପାଇଁ ଅନୁରୋଧ କରିଥିଲେ। ଏହି ସଭାଟିକୁ ସଫଳ କରିବାରେ ବନ୍ଦାଳୋ ପଞ୍ଚାୟତ ର ସରପଞ୍ଚ, କାର୍ଯ୍ୟକର୍ତ୍ତା ଓ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ବିଭାଗ ର କର୍ମକର୍ତ୍ତା ଓ ଡାକ ଏଜେଣ୍ଟ ମାନେ ସହାୟକ ହୋଇଛନ୍ତି।















Leave a Reply