ଉଇ ଫର ଭୁବନେଶ୍ୱର’ର ଆନ୍ଦୋଳନ ଚେତାବନୀ;

Spread the love

ଇସ୍କନର ଅଦିନିଆ ରଥଯାତ୍ରା ବିରୋଧରେ ‘ଉଇ ଫର ଭୁବନେଶ୍ୱର’ର ଆନ୍ଦୋଳନ ଚେତାବନୀ; ସେକ୍ରେଟେରିଏଟ୍ ଜଗନ୍ନାଥ ମନ୍ଦିରରେ ଜରୁରୀକାଳୀନ ଆଲୋଚନା ସଭା ଅନୁଷ୍ଠିତ

​ଭୁବନେଶ୍ୱର:

ଇସ୍କନ ସଂସ୍କୃତି ଦ୍ୱାରା ଆୟୋଜିତ ହେଉଥିବା ଅଦିନିଆ ରଥଯାତ୍ରାକୁ ନେଇ ସାରା ଓଡ଼ିଶାରେ ତୀବ୍ର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ, ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଇସ୍କନର ଏହି ପରମ୍ପରା ବିରୋଧୀ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ‘ଉଇ ଫର ଭୁବନେଶ୍ୱର’ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀକାଳୀନ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।

​ସେକ୍ରେଟେରିଏଟ୍ ପଛପଟେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏହି ସଭାରେ ସଂସ୍କୃତି ବିରୋଧୀ ଅଦିନିଆ ରଥଯାତ୍ରା ପ୍ରତି ତୀବ୍ର ପ୍ରତିବାଦ ଓ ଅସନ୍ତୋଷ ବ୍ୟକ୍ତ କରାଯାଇଛି।

 

​ ଶ୍ରୀ ନାରାୟଣ ମହାପାତ୍ର ଏହି ସଭାରେ ସଭାପତିତ୍ୱ କରି ସନାତନ ସଂସ୍କୃତିର ସୁରକ୍ଷା ଉପରେ ଜୋର ଦେଇଥିଲେ।

‘ଇଉ ଫର ଭୁବନେଶ୍ୱର’ର ଆବାହକ ଶ୍ରୀ ଅମରେଶ ଜେନା ଏହି ସଭାର ମୁଖ୍ୟ ଆୟୋଜନ କରିଥିଲେ।

ସଂଗଠନର ଉପ-ଆବାହକ ଶ୍ରୀ ନରେନ କୁମାର ସାହୁ କାର୍ଯ୍ୟକ୍ରମର ସହ-ସଂଯୋଜନା କରିଥିଲେ।

 

​ଏହି ପ୍ରତିବାଦ ସଭାରେ ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ସଂସ୍କୃତି ଗବେଷକମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଉମାନାଥ ମିଶ୍ର, ଗୁରୁଚରଣ ସାହୁ, ଶିବ ସୁଆର, ଶାଶ୍ୱତୀ ମିଶ୍ର, ସୁଶାନ୍ତ କୁମାର ସାହୁ, ଦେବାଶିଷ ବଳବନ୍ତରାୟ, ଝୁନୁ ମଣ୍ଡଳ, ଭାନୁପ୍ରିୟା ଦାସ, ରଶ୍ମିତା ମଲ୍ଲିକ, ପ୍ରଗତି ରଥ ଏବଂ ଡକ୍ଟର ନିବେଦିତା ରଥ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଦୃଢ଼ ମତ ରଖିଥିଲେ।

​ସଭା ଶେଷରେ ‘ଉଇ ଫର ଭୁବନେଶ୍ୱର’ର ଆବାହକ ଶ୍ରୀ ଅମରେଶ ଜେନା ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଶାସ୍ତ୍ର ଓ ପରମ୍ପରାକୁ ଅମାନ୍ୟ କରି ଇସ୍କନ ଯେଉଁଭଳି ଭାବେ ଅଦିନରେ ରଥଯାତ୍ରା କରୁଛି, ତାହାକୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଯଦି ଇସ୍କନ ଏହି ଅଦିନିଆ ରଥଯାତ୍ରା ସଂସ୍କୃତିକୁ ତୁରନ୍ତ ବନ୍ଦ ନକରେ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


Spread the love

Leave a Reply

Your email address will not be published. Required fields are marked *