ଭଦ୍ରକରେ ଓଡ଼ିଆ ପକ୍ଷ ଉପଲକ୍ଷେ “ଆମ ରୁଚି ଆମ ଖାଦ୍ୟ” ଦିବସ ଅନୁଷ୍ଠିତ

Spread the love

ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମିତି ପକ୍ଷରୁ “ଆମ ରୁଚି ଆମ ଖାଦ୍ୟ” ଉତ୍ସବ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରିବା ସହ ନିଜସ୍ୱ ରୁଚି ଓ ପରମ୍ପରାଗତ ପଦାର୍ଥମାନଙ୍କୁ ଉତ୍ସାହିତ କରାଯାଇଥିଲା।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏକଂ ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ, ଶ୍ରୀ ସରୋଜ କୁମାର ଦତ୍ତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ ଓ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରଶ୍ମିରଞ୍ଜନ ମଲ୍ଲିକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ସେମାନେ ଫାଷ୍ଟ ଫୁଡ୍ ଖାଦ୍ୟରୁ ଦୂରେ ରହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଦୈନନ୍ଦିନ ଜୀବନରେ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଛୋଟ ଶିଶୁ ଠାରୁ ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ସମସ୍ତେ ଏହି ପାରମ୍ପରିକ ଖାଦ୍ୟକୁ ଅନୁସରଣ କରି ଓଡ଼ିଆ ପରମ୍ପରାକୁ ଉଜ୍ଜୀବିତ କରି ରଖିବାକୁ ଜୋର ଦେଇଥିଲେ। ଏହାସହ ଉତ୍ସବରେ ପ୍ରସ୍ତୁତ ବିଭିନ୍ନ ପାରମ୍ପରିକ ଖାଦ୍ୟକୁ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ସ୍ବାଦନ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଓଡ଼ିଆ ଖାଦ୍ୟ ପରମ୍ପରା କେବଳ ସ୍ୱାଦ ନୁହେଁ, ଏହା ଆମ ପରିଚୟର ଅବିଚ୍ଛିନ୍ନ ଅଂଶ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନେ ଆତ୍ମନିର୍ଭରତା ଦିଗରେ ଅଗ୍ରସର ହେଉଛନ୍ତି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ କରାଯାଉଥିବାରୁ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଅକ୍ଷୁଣ୍ଣ ରଖିବାରେ ସମସ୍ତଙ୍କ ସହଭାଗୀତା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।


Spread the love

Leave a Reply

Your email address will not be published. Required fields are marked *