ଭଦ୍ରକ ରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନାଶୁଭାରମ୍ଭ

Spread the love

ଭଦ୍ରକ:

ପ୍ରତ୍ୟେକ ପରିବାର ପାଇଁ ଝିଅର ବିବାହ ଜୀବନର ଏକ ସ୍ମରଣୀୟ ଓ ଭାବପ୍ରବଣ ମୁହୂର୍ତ୍ତ। ଆର୍ଥିକ ଭାବେ ଅନଗ୍ରସର ପରିବାରମାନଙ୍କ ପାଇଁ ଏହି ଖୁସିକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି। ଆସନ୍ତା **୨୧.୦୪.୨୦୨୬**ତାରିଖରେ ଭଦ୍ରକ ସହିଦ ସ୍ମୃତି ଭବନ ଟାଉନ ହଲ୍‌ ଠାରେ **୨୫ ଯୋଡ଼ା ବର–କନ୍ୟାଙ୍କର**ବୈଦିକ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟକ୍ରମ ଜିଲ୍ଲାପାଳ, ଭଦ୍ରକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ।

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ’ ଯୋଜନା ଅନ୍ତର୍ଗତ ପ୍ରତ୍ୟେକ କନ୍ୟାଙ୍କୁ ସର୍ବମୋଟ ୬୦,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେଥିମଧ୍ୟରୁ ୪୫,୦୦୦ ଟଙ୍କା କନ୍ୟାଙ୍କ ନିଜସ୍ୱ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ଜମା ହେବାର ବ୍ୟବସ୍ଥା ରହିଛି ଏବଂ ଅବଶିଷ୍ଟ ୧୫,୦୦୦ ଟଙ୍କା ନିୟୋଜିତ କାର୍ଯ୍ୟକାରୀ ସଂସ୍ଥାଙ୍କୁ ବିବାହ ସମ୍ବନ୍ଧୀୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ପ୍ରଦାନ କରାଯାଏ।

ସରକାରଙ୍କ ଏହି ଅଭିନବ ଓ ଜନମୁଖୀ ପଦକ୍ଷେପ ନବଦମ୍ପତିମାନଙ୍କୁ ଏକ ସୁନ୍ଦର, ସୁରକ୍ଷିତ ଓ ସୁଖମୟ ନୂତନ ଜୀବନର ଆରମ୍ଭ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।


Spread the love

Leave a Reply

Your email address will not be published. Required fields are marked *