ସୂର୍ଯ୍ୟନଗର ମହାବୀର ଯୁବ ଆସୋସିଏସନ ଟ୍ରଷ୍ଟର ୨୯ତମ ବାର୍ଷିକୋତ୍ସବ ଅନୁଷ୍ଠିତ

Spread the love

ସୂର୍ଯ୍ୟନଗର ମହାବୀର ଯୁବ ଆସୋସିଏସନ ଟ୍ରଷ୍ଟର ୨୯ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର (ୟୁନିଟ-୭): ଭୁବନେଶ୍ୱର ସୂର୍ଯ୍ୟନଗର ୟୁନିଟ-୭ ସ୍ଥିତ ମହାବୀର ଯୁବ ଆସୋସିଏସନ ଟ୍ରଷ୍ଟ ପକ୍ଷରୁ ୨୯ତମ ବାର୍ଷିକୋତ୍ସବ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଚଳିତ ଏପ୍ରିଲ ୨୫ ଓ ୨୬ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ।

ଉଦଘାଟନ ଓ ଅତିଥି:

ଏହି ମହୋତ୍ସବକୁ ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏବଂ ଡଃ ପ୍ରକାଶ ଶ୍ରୀଚନ୍ଦନ ଶୁଭ ଉଦଘାଟନ କରିଥିଲେ। ଅତିଥିମାନେ ସେମାନଙ୍କ ଅଭିଭାଷଣରେ କ୍ଲବର ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକଳାପର ଉଚ୍ଚ ପ୍ରଶଂସା କରିଥିଲେ।

ପରିଚାଳନା କରିଥିଲେ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର, ସମ୍ପାଦକ ଅବନୀ ସାହୁ ଏବଂ କୋଷାଧ୍ୟକ୍ଷ କୁଶ ଚନ୍ଦ୍ର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏଥିସହିତ ବରିଷ୍ଠ ପରାମର୍ଶଦାତା ସନ୍ତୋଷ ବାରିକ, ନିହାର ରଞ୍ଜନ ଦାସ ଓ ଦୁର୍ଗା ପ୍ରସାଦ ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ:

ଏହି ଅବସରରେ ଓଡ଼ିଆ ଅସ୍ମିତା ଓ ପରମ୍ପରାକୁ ବଜାୟ ରଖିବା ପାଇଁ ବେଗୁନିଆର ପ୍ରସିଦ୍ଧ ନାଟ୍ୟ ସଂସ୍ଥା ‘ଓମ୍ ଶ୍ରୀ ଦେଉଳି’ ଦ୍ୱାରା ପୌରାଣିକ ନାଟକ ପରିବେଷଣ କରାଯାଇଥିଲା।

ପ୍ରଥମ ରଜନୀ: ବାଳୀ ବଧ

ଦ୍ୱିତୀୟ ରଜନୀ: ରାମ ଜନ୍ମ

  1. ଏହି ଯାତ୍ରାକୁ ଦେଖିବା ପାଇଁ ଦୁଇଦିନ ଧରି ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା। ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ଦିଗରେ ମହାବୀର ଯୁବ ଆସୋସିଏସନର ଏହି ପ୍ରୟାସକୁ ସ୍ଥାନୀୟ ଲୋକେ ବହୁତ ପସନ୍ଦ କରିବା ସହ ଟ୍ରଷ୍ଟକୁ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *