ଜେଇଙ୍କ ପାଇଁ ଅଡୁଆରେ ଶକ୍ତି ମନ୍ତ୍ରୀ!

Spread the love

 

ଜେଇଙ୍କ ପାଇଁ ଅଡୁଆରେ ଶକ୍ତି ମନ୍ତ୍ର

ଚାନ୍ଦବାଲି :ରାଜ୍ୟରେ ପ୍ରଚଣ୍ଡ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ ଏବେ ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ତେବେ ଏହି ସମସ୍ୟା ପଛରେ ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ (JE) ମାନଙ୍କର ଅବହେଳା ଓ ମନମୁଖୀ କାର୍ଯ୍ୟକଳାପ ଏବେ ବିଭାଗୀୟ ମନ୍ତ୍ରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। କ୍ଷେତ୍ରସ୍ତରରେ ଥିବା ଅଧିକାରୀମାନେ ନିଜ ଦାୟିତ୍ୱ ପ୍ରତି ସମ୍ପୂର୍ଣ୍ଣ ବେପରୁଆ ଥିବା ଅଭିଯୋଗ ହେଉଛି।

ଅଘୋଷିତ ପାୱାର କାଟ୍‌ରେ ଅତିଷ୍ଠ ଜନତା

ଆଜି ଚଡଦିଆ ଗ୍ରାମ ରେ ସ୍ୱାସ୍ଥ୍ୟ ସେବା ଚାଲିଥିବା ବେଳେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ସେବା ବନ୍ଦ ରହିଥିଲା ଫଳରେ ଗ୍ରାମ କୁ ହଉଥିବ ସ୍ୱାସ୍ଥ୍ୟ  ସେବା ରେ ବାଧା ସୃଷ୍ଟି ହେବା ସହ ଲୋକ ମାନେ ଚିକତ୍ସା ରୁ ବଞ୍ଚିତ ହେଲେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ଏବଂ ସିଧାସଳଖ ଶକ୍ତି ମନ୍ତ୍ରୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି

ମନ୍ତ୍ରୀଙ୍କୁ ଅକଳରେ ପକାଉଛନ୍ତି ଜେଇ

ଶକ୍ତି ମନ୍ତ୍ରୀ ବାରମ୍ବାର ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ କ୍ଷେତ୍ରସ୍ତରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି।


Spread the love

Leave a Reply

Your email address will not be published. Required fields are marked *