ଭଦ୍ରକର ଆମ୍ବରୋଳି ଗ୍ରାମ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ।

Spread the love

** ଭଦ୍ରକର ଆମ୍ବରୋଳି ଗ୍ରାମ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ**

 

ଭଦ୍ରକ, ତା–୦୧/୦୬/୨୦୨୬: ଭଦ୍ରକର ଆମ୍ବରୋଳି ଗ୍ରାମ ପଂଚାୟତ ସମିତି ସମ୍ମିଳନୀ କକ୍ଷ ପରିସରଠାରେ ଆଜି ଜିଲ୍ଲାପାଳକଂ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣିରେ ମୋଟ ୧୪୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ଏଥିରୁ ୧୦୬ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୩୩ଟି ଗ୍ରାମୀଣ ସମସ୍ୟା ସମ୍ବନ୍ଧୀୟ ଓ ରେଡ କ୍ରଶ ଅଧିନସ୍ଥ ୨ଟି ଅଭିଯୋଗ ରହିଥିଲା।

 

ଶୁଣାଣି ସମୟରେ ୩୨ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା। ଜିଲ୍ଲା ରେଡକ୍ରସ ପାଣ୍ଠି ମାଧ୍ୟମରେ ୨ଜଣ ଅଭିଯୋଗକାରୀଙ୍କୁ ମୋଟ ୬,୦୦୦/- ଟଙ୍କା ମଞ୍ଜୁର କରାଯାଇଛି।

 

ଏହି ଜନ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ ରାଉତରାୟ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ମନୋଜ ରାଉତ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ ଦତ୍ତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ପ୍ରମୋଦ ପ୍ରହରାଜ , ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆ ଓ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।


Spread the love

Leave a Reply

Your email address will not be published. Required fields are marked *