ଭୁବନେଶ୍ବରରେ ଏବିଭିପିର ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ସମ୍ପନ୍ନ

Spread the love

୦୧ ଜୁନ, ୨୦୨୬

ଭୁବନେଶ୍ବରରେ ଏବିଭିପିର ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ସମ୍ପନ୍ନ

ଶିକ୍ଷା ସଂସ୍କାର, ମହିଳା ସୁରକ୍ଷା, ସହରୀ ମାଓବାଦ ଓ ବୈଶ୍ୱିକ ପରିସ୍ଥିତି ଉପରେ ଚାରିଟି ପ୍ରସ୍ତାବ ଗୃହୀତ

”, ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ଏବଂ ରାଷ୍ଟ୍ରୀୟ ଏକାତ୍ମତା ଯାତ୍ରାର ୬୦ ବର୍ଷ ଅବସରରେ ଦେଶବ୍ୟାପୀ ଅଭିଯାନ ଚଳାଇବ ଏବିଭିପି

ଅଖଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ୨୯ ରୁ ୩୧ ମେ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ସୋଆ ବିଶ୍ବବିଦ୍ୟାଳୟ ପରିସରରେ ସଫଳତାର ସହ ସମ୍ପନ୍ନ ହୋଇଛି I ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାରେ ଆୟୋଜିତ ଏହି ବୈଠକରେ ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର, ଲଦାଖ, ପଞ୍ଜାବ, ଦିଲ୍ଲୀ, ପୂର୍ବୋତ୍ତର ଭାରତ, ତାମିଲନାଡୁ ସମେତ ଦେଶର ସମସ୍ତ ପ୍ରାନ୍ତରୁ ୪୦୦ରୁ ଅଧିକ ପ୍ରତିନିଧ କାର୍ଯ୍ୟକର୍ରା ଯୋଗଦେଇଥିଲେ।

ବୈଠକରେ “ଶିକ୍ଷା ସଂସ୍କାରକୁ ଫଳପ୍ରଦ କରିବା ପାଇଁ ତୃଣମୂଳ ସ୍ତରରେ ପ୍ରଭାବଶାଳୀ ଉପ‌ଯୋଗୀ ଆବଶ୍ୟକ”, “ସଶସ୍ତ୍ର ମାଓବାଦର ଅବସାନ କାଳରେ ସହରୀ ମାଓବାଦ ଏକ ଗମ୍ଭୀର ସମସ୍ୟା”, “ସଂଗଠିତ ଅପରାଧକ ଓ ଜିହାଦୀ ମାନସିକତା ଦ୍ବାରା ମହିଳାଙ୍କ ଶୋଷଣ ଏବଂ ଧର୍ମାନ୍ତରଣ ଉପରେ ରୋକ” ଏବଂ “ବୈଶିକ ଅନିଶ୍ଚିତତାର ସମୟରେ ସଂଯମ ଓ ସଜାଗତାର ସାମୂହିକ ରାଷ୍ଟ୍ରୀୟ ସଂକଳ୍ପ” ଶୀର୍ଷକ ଚାରିଟି ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଛି।

ବୈଠକରେ ରାଷ୍ଟ୍ରୀୟ ପରିସ୍ଥିତି, ଶିକ୍ଷା ବ୍ୟବସ୍ଥା, ଯୁବସମାଳର ଭୂମିକା, ରାଷ୍ଟ୍ରୀୟ ସୁରକ୍ଷା, ସାମାଜିକ- ଆର୍ଥିକ ବିଷୟ ଏବଂ କାର୍ଯ୍ୟକ୍ରମର ସମୀକ୍ଷା କରା‌ଯିବା ସହ ଆଗାମୀ ବର୍ଷ ପାଇଁ ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଥିଲା। ସମସାମୟିକ ସମସ୍ୟା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଏହାସହିତ ସଂଗଠନର ବିଭିନ୍ନ କାର୍ଯ୍ୟ,
ରିପୋର୍ଟ -ରାକେଶ ପଟ୍ଟନାୟକ


Spread the love

Leave a Reply

Your email address will not be published. Required fields are marked *