ବଡ଼ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ଦୀର୍ଘ ୩୦ ବର୍ଷରୁ ଉଦ୍ଧ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ସମ୍ପର୍କରେ ରାଜ୍ୟସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ କର୍ମଚାରୀଙ୍କ ମହଲରେ ଘୋର ଅସନ୍ତୋଷ ଓ ଅଶାନ୍ତି ସୃଷ୍ଟି ହୋଇଛି ।
ଏହି ପରିପ୍ରେକ୍ଷୀରେ ତା. ୧୩.୦୧.୨୦୨୬ ରିଖ ମିଳିତ ମଞ୍ଚ ବୈଠକର ନିଷ୍ପଭି ପ୍ରକାରେ ଆସନ୍ତା ଚା. ୨୫.୦୨.୨୦୨୬ ରିଖ ବୁଧବାର ଦିନ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳଯୋଗାଣ କର୍ମଚାରୀ ମାନେ ବିଧାନ ସଭା ସମ୍ମୁଖରେ ଗଣଧାରଣା କରାଯିବ । ଉକ୍ତ ତା.୨୫.୦୨.୨୦୨୬ରିଖ ଦିନ ରାଜ୍ୟର ଜନସାଧାରଣ ମାନଙ୍କ ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଲେ ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେଆ
ପଣଙ୍କ ଜରୀଆରେ ରାଜ୍ୟ ସରକାରଙ୍କୁ ନିବେଦନ ଓ କର୍ମଚାରୀ ମାନଙ୍କ ଆଶା ଓ ବିଶ୍ୱାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଅସ୍ଥାୟୀ କର୍ମଚାରୀ ମାନଙ୍କ ହିତ ଦୃଷ୍ଟିରୁ ସେମାନଙ୍କୁ ନିୟମତି କରିବା ହେଲେ କର୍ମଚାରୀ ମାନେ ଚିରପୋକୃତ ହେବେ ।

ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ ତା.୧୨.୦୪.୧୯୯୩ରିଖ ପରେ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ସମ୍ପର୍କରେ ମିଳିତ ମଞ୍ଚ ତରଫରୁ ରାଜ୍ୟ ମାନ୍ୟବର ମନ୍ତ୍ରୀ ଗୃହ ଓ ନଗର ଉନ୍ନୟନ ବିଭାଗ, ସମ୍ମାନୀୟା ମୁଖ୍ୟ ଶାସନ ସଚିବ, ସମ୍ମାନୀୟା ଶାସନ ସଚିବ, ଅର୍ଥବିଭାଗ, ସମ୍ମାନୀୟା ଶାସନ ସଚିବ, ନଗର ଉନ୍ନୟନ ବିଭାଗଙ୍କୁ ସାକ୍ଷାତ ଆଲୋଚନା କରି ସ୍ଥାୟୀ ନିଯୁକ୍ତି ସମ୍ପର୍କରେ ଅବଗତ କରିଅଛୁ ।










Leave a Reply