ଓଡ଼ିଶାର ଗର୍ବ: ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ୱାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ
ଦିଲ୍ଲୀର ତାରକା ହୋଟେଲରେ ଭବ୍ୟ ସମାରୋହ; ୩୧ ବର୍ଷ ବୟସରେ ଏହି ଗୌରବ ହାସଲ କରିବାରେ ସେ ପ୍ରଥମ ଓଡ଼ିଆ ଯୁବତୀ
ନୂଆଦିଲ୍ଲୀ:
ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଭାସମ୍ପନ୍ନ ଯୁବତୀ ନିବେଦିତା ରଥ ସାମାଜିକ, ପ୍ରଶାସନିକ ଓ ଆନ୍ତର୍ଜାତିକ କ୍ଷେତ୍ରରେ ନିଜର ଅସାଧାରଣ କାର୍ଯ୍ୟଦକ୍ଷତା ପାଇଁ ପୁଣି ଏକ ବଡ଼ ସଫଳତା ଶୀର୍ଷରେ ପହଞ୍ଚିଛନ୍ତି। ମାତ୍ର ମାସକ ମଧ୍ୟରେ ରାଜ୍ୟ ସ୍ତରରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ନିଜର ବିଜୟ ଯାତ୍ରା ଜାରି ରଖି ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଆଜି ନୂଆଦିଲ୍ଲୀ ସ୍ଥିତ ପଞ୍ଚତାରକା ହୋଟେଲ ‘ହୋଲିଡେ ଇନ୍’ (Holiday Inn) ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆମେରିକାର ପ୍ରତିଷ୍ଠିତ ୱାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି (Washington Digital University, USA) ପକ୍ଷରୁ ତାଙ୍କୁ ସମ୍ମାନସୂଚକ ‘ଡକ୍ଟରେଟ୍’ (Honorary Doctorate) ଉପାଧି ଏବଂ ସ୍ୱର୍ଣ୍ଣ ପଦକ (Gold Medal) ପ୍ରଦାନ କରାଯାଇଛି।
ବିଶେଷ କଥା ହେଉଛି, ମାତ୍ର ୩୧ ବର୍ଷ ବୟସରେ ଏଭଳି ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ହାସଲ କରିବାରେ ସେ ଭାରତ ବର୍ଷରେ ପ୍ରଥମ ଓଡ଼ିଆ ଯୁବତୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏହାସହ ନିବେଦିତାଙ୍କ ଜୀବନରେ ଏହା ହେଉଛି ତୃତୀୟ ସମ୍ମାନସୂଚକ ଡକ୍ଟରେଟ୍।
ଉତ୍ସବରେ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ସ୍ତରର ବରିଷ୍ଠ ଅତିଥିମାନଙ୍କ ଗହଣରେ ତାଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ ଓ ପ୍ରଶାସନିକ ସେବା ସହିତ ନ୍ୟାୟିକ (ଲ’) କ୍ଷେତ୍ରରେ ମଧ୍ୟ ନିବେଦିତାଙ୍କ ଅତୁଳନୀୟ ଅବଦାନ ଓ ସେବାକୁ ଏହି ଅବସରରେ ଉଚ୍ଚ ପ୍ରଶଂସା କରାଯାଇଛି।
ତାଙ୍କର ଏହି ଅସାଧାରଣ କୃତିତ୍ୱ ଓ ପ୍ରତିଭାକୁ ଦେଖି ଆମେରିକାର ଏକାଧିକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଉଚ୍ଚ ପଦବୀରେ ଚାକିରି କରିବା ପାଇଁ ମଧ୍ୟ ଆମନ୍ତ୍ରଣ ମିଳିଛି, ଯାହା ସମଗ୍ର ଓଡ଼ିଶା ତଥା ଦେଶ ପାଇଁ ଏକ ବଡ଼ ଗର୍ବର ବିଷୟ।
ଏହି ସଫଳତା ପାଇଁ ନିବେଦିତା ରଥଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଏହାର ସମଗ୍ର ଶେୟ ଓଡ଼ିଶାବାସୀଙ୍କ ଓ ସୁବର୍ଣ୍ଣପୁର ଜିଲ୍ଲାବାସୀ ସେ କେବିକେ ଜିଲ୍ଲାରୁ ଆସିଛନି
ଓଡ଼ିଶାର ଗର୍ବ: ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ୱାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ





Leave a Reply