(ଖେଳ)ଦୃଢ ଇଚ୍ଛାଶକ୍ତି ଓ ଗଭୀର ଆତ୍ମବିଶ୍ୱାସ ଆଗରେ ହାର ମାନିଲା ଆର୍ଥିକ ଅନାଟନ ଓ ସରକାରୀ ଅବହେଳା।

Spread the love

(ଖେଳ)ଦୃଢ ଇଚ୍ଛାଶକ୍ତି ଓ ଗଭୀର ଆତ୍ମବିଶ୍ୱାସ ଆଗରେ ହାର ମାନିଲା ଆର୍ଥିକ ଅନାଟନ ଓ ସରକାରୀ ଅବହେଳା। ଠିକ୍ ଏପରି କିଛି ଚମତ୍କାର କରି ଦେଖାଇଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ୍ ର ଯୁବ ମାର୍ଶାଲ ଆର୍ଟ ପ୍ରତିଯୋଗୀ ଅମରେଶ୍ୱର ସ୍ୱାଇଁ। ନିକଟରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିବା ସାଉଥ୍ ଏସିଆନ୍ ଜୁ-ଜିତ୍‌ସୁ ଚାମ୍ପିଅନସିପ୍‌ରେ ସେ ସ୍ୱର୍ଣ୍ଣ ଓ ରୌପ୍ୟ ଜିତି ଗୌରବ ଆଣିଛନ୍ତି। ଦିନେ ଆର୍ଥିକ ଅଭାବରେ ଭାଙ୍ଗି ପଡ଼ିଥିବା ଅମରେଶ୍ୱର ମାର୍ଶାଲ ଆର୍ଟ ଖେଳ ପ୍ରତି ଥିବା ଦୃଢ଼ ଇଚ୍ଛାଶକ୍ତି ପାଇଁ ଆଜି ବିଶ୍ୱ ଦରବାରରେ ଭାରତ ଓ ଓଡ଼ିଶାକୁ ଗର୍ବିତ କରିପାରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି ପାକିସ୍ଥାନର ପ୍ରତିଯୋଗୀଙ୍କ ସହିତ ସେ ଫାଇନାଲ ରେ ମୁହାଁମୁଁହି ହୋଇଥିବା ବେଳେ ଉନ୍ନତ କଳାକୌଶଳ ଦେଖାଇ ପ୍ରତିପକ୍ଷଙ୍କୁ ଚକମା ଦେବାରେ ସଫଳ ହୋଇଛନ୍ତି।ନିଜ ସଂଘର୍ଷ ଓ ସଫଳତାର କାହାଣୀ ବଖାଣି ଅମରେଶ୍ୱର କହିଛନ୍ତି,
ଜୁ ଜିତଶୁ ଖେଳ ପ୍ରତି ଆଗ୍ରହ ଦେଖି ବାପା ଜମି ବିକି ତାଙ୍କୁ ଖେଳାଉଥିବା ପ୍ରକାଶ କରିଛନ୍ତି ଅମରେଶ୍ୱର। ଆଗକୁ ଆସୁଥିବା ଅନେକ ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛା ଥିଲେ ବି ଆର୍ଥିକ ଦୁର୍ବଳତା ଭାରି ପଡୁଥିବା କହିଛନ୍ତି। ରାଜ୍ୟ ସରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ସେ ନିବେଦନ ମଧ୍ୟ କରିଛନ୍ତି….
ରିପୋର୍ଟ- ରାକେଶ ପଟ୍ଟନାୟକ


Spread the love

Leave a Reply

Your email address will not be published. Required fields are marked *