ସୁବର୍ଣ୍ଣପୁର ୨୨.୦୬ ଆମେରିକାର ଓ୍ବାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ ପରେ ସୁବର୍ଣ୍ଣପୁର ରେ ଏକ ଖୁସିର ମାହୋଲ ସୃଷ୍ଟି ହୋଇଛି।ଜିଲ୍ଲାର ପ୍ରତିଭାସମ୍ପନ୍ନ ଯୁବତୀ ନିବେଦିତା ରଥ ଙ୍କୁ ଇତିମଧ୍ୟରେ ମାତ୍ର ୩୧ବର୍ଷ ବୟସରେ ହିଁ ତିନି ତିନୋଟି ସମ୍ମାନଜନକ ଡକ୍ଟରେଟ ଉପାଧି ମିଳିଛି ଯାହାକି ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଏକ ଗୈ।ରବମୟ ମୁହୂର୍ତ୍ତ। ସାମାଜିକ, ପ୍ରଶାସନିକ ଓ ଆନ୍ତର୍ଜାତିକ କ୍ଷେତ୍ରରେ ନିଜର ଅସାଧାରଣ କାର୍ଯ୍ୟଦକ୍ଷତା ପାଇଁ କ୍ରମାଗତ ଭାବରେ ସେ ଏକ ବଡ଼ ସଫଳତା ର ଶୀର୍ଷରେ ପହଞ୍ଚିଛନ୍ତି । ମାତ୍ର ମାସକ ମଧ୍ୟରେ ରାଜ୍ୟ ସ୍ତରରୁ ଆରମ୍ଭ କରି ଜାତୀୟ ଓ ଆନ୍ତର୍ଜାତିକ ସ୍ତର ପର୍ଯ୍ୟନ୍ତ ନିଜର ବିଜୟ ଯାତ୍ରା ଜାରି ରଖି ସେ ଓଡ଼ିଶା ପାଇଁ ମଧ୍ୟ ଗୌରବ ଆଣିଛନ୍ତି । ନିକଟରେ ସେ ନୂଆଦିଲ୍ଲୀର ‘ହୋଲିଡେ ଇନ୍’ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଆମେରିକାର ପ୍ରତିଷ୍ଠିତ ଓ୍ବାଶିଂଟନ୍ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ତାଙ୍କୁ ସମ୍ମାନସୂଚକ ‘ଡକ୍ଟରେଟ୍’ ଉପାଧି ଏବଂ ସ୍ଵର୍ଣ୍ଣ ପଦକ ପ୍ରଦାନ କରାଯାଇଛି ଯାହାକି ଏଭଳି ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ହାସଲ କରିବାରେ ସେ ଭାରତ ବର୍ଷରେ ପ୍ରଥମ ଓଡ଼ିଆ ଯୁବତୀ ହେବାର ଗୌରବ ଅର୍ଜନ କରିଛନ୍ତି । ସାମାଜିକ ଓ ପ୍ରଶାସନିକ ସେବା ସହିତ ନ୍ୟାୟିକ (ଲ’) କ୍ଷେତ୍ରରେ ମଧ୍ୟ ନିବେଦିତାଙ୍କ ଅତୁଳନୀୟ ଅବଦାନ ଓ ସେବାକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ସଫଳତା ପାଇବାପରେ ଆଜି ନିବେଦିତା ରଥ ନିଜ ଜନ୍ମ ମାଟିରେ ପାଦ ଥାପିଛନ୍ତି। ଗତକାଲି ସେ ପ୍ରଥମେ ତେଲେଣ୍ଡା ଗ୍ରାମରେ ପହଞ୍ଚି ମାଁ ରାମଚଣ୍ଡୀ ଙ୍କ ଦର୍ଶନ କରିଥିଲେ ଆଜି ସେ ନିଜ ଜନ୍ମ ମାଟି ହିକୁଡିରେ ପହଞ୍ଚିବାପରେ ଜନସାଧାରଣ ଓ ମହିଳାମାନଙ୍କ ଏକ ବିରାଟ ପଟୁଆର ତାଙ୍କୁ ପାଛୋଟି ଆଣି ସ୍ଵାଗତ ଜଣାଇ ତାଙ୍କୁ ନାଗରିକ ସଂବର୍ଦ୍ଧନା ଦେଇଥିଲେ। ସେ ମଧ୍ୟ ଆଜି ଅନ୍ୟୁନ ପାଞ୍ଚସହ ମହିଳାଙ୍କୁ ଛତା ବଣ୍ଟନ କରିଥିଲେ। ନିବେଦିତା ତାଙ୍କୁ ସମ୍ବର୍ଦ୍ଧନା ର ପ୍ରତ୍ୟୁତ୍ତରରେ ତାଙ୍କର ସଫଳତା ର ଶ୍ରେୟ ସମସ୍ତ ଜନସାଧାରଣ ଙ୍କୁ ଦେଇଥିବାବେଳେ ସେ ସବୁ ସମୟରେ ଜନସାଧାରଣ ଙ୍କ ସାଙ୍ଗରେ ରହିବେ ବୋଲି ଗଣମାଧ୍ୟମ ପ୍ରତିନିଧି ଙ୍କୁ ତାଙ୍କର ମତ ରଖିଥିଲେ। ଡ଼ଃ ନିବେଦିତା ଙ୍କୁ ଜିଲ୍ଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମାହେଶ୍ଵରୀ ସେନା ତଥା ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ମହଲ ଶୁଭେଚ୍ଛା ଓ ସଂବର୍ଦ୍ଧନା ଦେଇଛନ୍ତି।
ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା








Leave a Reply