ସଶକ୍ତ ଓଡିଶା ପକ୍ଷରୁ ବିଶ୍ୱ ମହିଳା ଦିବସ ଅନୁଷ୍ଠିତ

Spread the love

ଭୁବନେଶ୍ୱର ତା 08/03/ 26 ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା”ପକ୍ଷରୁ ସ୍ଥାନୀୟ ସିଆରପି ସ୍ଥିତ କାର୍ଯ୍ୟାଳୟ ଠାରେ “ବିଶ୍ୱ ମହିଳା ଦିବସ -2026 ଆବାହକ ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି l ମହିଳା ସଶକ୍ତିକରଣ ଯୋଜନା, ଆତ୍ମନିଯୁକ୍ତି,ନିଯୁକ୍ତି, ଉତ୍ପାଦନ ବୃଦ୍ଧି ସହିତ ଗ୍ରାମର ବାସ କରୁଥିବା ମହିଳା କିପରି ଆତ୍ମ ନିଯୁକ୍ତି ପାଇପାରିବେ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ତାହା ଉପରେ ଆଲୋଚନା ସହିତ   ରାଜ୍ୟ ଓ କେନ୍ଦ୍ର ସରକାର କରୁଥିବା ଯୋଜନା ଠିକ ଭାବରେ ଓ ସଫଳ ରୂପାୟନ ହେବ  ତାହା  ଆଲୋଚନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ଡ଼ଃ ପ୍ରକାଶ ଶ୍ରୀଚନ୍ଦନ, ବିଶିଷ୍ଟ ଅତିଥି ଭାବେ ବ୍ୟାଙ୍କ ଅଧିକାରୀ ରଶ୍ମିତା ବୈଦ୍ୟ, ସମ୍ମାନିତ ଅତିଥି ଭାବେ ସାରସ୍ୱତ ପ୍ରାଣ କଲ୍ୟାଣ କୁମାର ଚାଟାର୍ଜି,ପତ୍ରକାର ଅରବିନ୍ଦ ତ୍ରିପାଠୀ, ସମାଜସେବୀକା ସମିତା ମହାରଣା, ଅନଦା ପ୍ରଭା ରାୟ, ଶିକ୍ଷାବିତ ରମେଶ ଚନ୍ଦ୍ର ପାତାଳ ସିଂ, ମିଶ୍ର,ସାମ୍ବାଦିକା ରୀନା ମହାନ୍ତି, ଶିକ୍ଷାବିତ ଅନନ୍ତ ରାଉତ   ଭାଷାପ୍ରାଣ ନବ କିଶୋର ପ୍ରଧାନ ଉପସ୍ଥିତ ରହିବା ସହ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହିତ ମହିଳା ସଶକ୍ତିକରଣ ଓ ରାଷ୍ଟ୍ର ବିକଶିତ ହେବାରେ ମୁଖ୍ୟଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ l  ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲା ସଂଯୋଜକ, ମଣ୍ଡଳ ସଂଯୋଜକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା l ଅଭିଯାନର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିବା ରୀନା ମହାନ୍ତିସମସ୍ତ ମହିଳାଙ୍କୁ ଶପଥପାଠ କରାଇବା ସହିତ ସରକାର ଓ ଅଭିଯାନ ର ମିଶନରେ ସାମିଲ ହେବା ନେଇ ସଂକଳ୍ପ କରାଇଥିଲେ l ସଂଯୁବାଳା ସେଠି ଙ୍କୁ ଅନୁଗୁଳ ଜିଲ୍ଲା ସଂଯୋଜକ ଭାବେ ପରିଚୟ ପତ୍ର ପ୍ରଦାନ କରାଯାଇ ଥିବା ବେଳେ ମମତା ରଣା, ବିଭତ୍ସ ମିର୍ଧା, ଦେଓଗାଁ ବ୍ଲକ, ସୀତାକାନ୍ତ ରଣା, ସଇଁତଳା ବ୍ଲକ, ବବିତା ଗୋଛାୟତ ଅନୁଗୁଳ ବ୍ଲକ ଙ୍କୁ କାର୍ଡ ଓ ନିଯୁକ୍ତି ପ୍ରଦାନ କରାଯାଇଥିଲା l ସଶକ୍ତ ସାମ୍ବାଦିକ ଭବନ ଉଦଘାଟନ, ବୃକ୍ଷ ରୋପଣ, ଏସବି ଆଇ ଦ୍ୱାରା ଦୁର୍ଘଟଣା ବୀମା କରଣ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କାର୍ଯ୍ୟକ୍ରମ କୁ ଅନିତା ସ୍ୱାଇଁ, ନିହାର ସ୍ୱାଇଁ, ଅଇଁଠୁ ରଣାଙ୍କ ସହିତ ସଂଯୋଜକ ଓ ଶହ ସଂଯୋଜକ ପରିଚାଳନା କରିଥିଲେ

l


Spread the love

Leave a Reply

Your email address will not be published. Required fields are marked *